ଓଡିଶା

odisha

By

Published : Nov 3, 2020, 5:17 AM IST

ETV Bharat / state

କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ

ରାୟଗଡାରେ କୋରୋନା ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ । ବୃତ୍ତିରେ ଜଣେ ଆମ୍ବୁଲାନ୍ସ ଚାଳକ ହୋଇଥିବାବେଳେ ଲୋକଙ୍କୁ ବିନା ଦ୍ବିଧାରେ ସାହାର୍ଯ୍ୟ ହାତ ବଢାଇଥାନ୍ତି । ଅଧିକ ପଢନ୍ତୁ...

Corona warrior Abhilasha Mukherjee
କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ

ରାୟଗଡା : କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ । ବୃତ୍ତିରେ ଜଣେ ଆମ୍ବୁଲାନ୍ସ ମାଲିକ ସାଙ୍ଗକୁ ନିଜେ ଚାଳକ । ଲୋକଙ୍କୁ ବିନା ଦ୍ବିଧାରେ ସାହାର୍ଯ୍ୟ ହାତ ବଢାଇଥାନ୍ତି ।

କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ

ଅଭିଳାଷ ମୁଖାର୍ଜୀ ସ୍ଥାନୀୟ ଅଞ୍ଚଳରେ ମାଝୀ ନାମରେ ବେଶ ପରିଚିତ । ବୃତ୍ତିରେ ଜଣେ ଆମ୍ବୁଲାନ୍ସ ମାଲିକ ସାଙ୍ଗକୁ ନିଜେ ଚାଳକ । ଆମ୍ବୁଲାନ୍ସରୁ ଯାହା ଯେତିକି ମିଳେ ସେଥିରେ ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି । ତାଙ୍କର ସବୁଠାରୁ ବଡ ମହନୀୟତା ହେଉଛି କେବେ କାହାଠାରୁ ଅଧିକ ଅର୍ଥ ଅଦାୟ କରନ୍ତି ନାହିଁ । ଯିଏ ଯେତିକି ଦେଲା ଖୁସିରେ ଗ୍ରହଣ କରନ୍ତି । ନିହାତି ଗରିବ ଅସହାୟଙ୍କୁ ବିନାପଇସାରେ ସେବା ଯୋଗାଇଥାନ୍ତି । ସ୍ଥାନୀୟ ଅଞ୍ଚଳରେ କେବେ କାହାକୁ ଜରୁରୀ ପଡିଲେ ଆଗ ଖୋଜାପଡେ ମାଝି ମୁଖାର୍ଜୀଙ୍କୁ । ଆଉ ରାକାହାକୁ ନିରାଶ ନକରି ନିଜ ସାମର୍ଥ ମତେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ବର୍ତମାନ କୋରୋନା ମହାମାରୀ ପରିସ୍ଥିତିରେ ନିଜ ଜୀବନ , ପରିବାରକୁ ପଛରେ ପକାଇ ସେବା ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ମାଝି । ନିଜ ଆମ୍ବୁଲାନ୍ସରେ କୋରୋନା ଚିହ୍ନଟ ରୋଗୀଙ୍କୁ କୋଭିଡ ହସ୍ପିଟାଲ ପହଞ୍ଚାଇବାରେ ଲାଗିପଡିଛନ୍ତି ।

କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି କୋରୋନା ଯୋଦ୍ଧା ଅଭିଳାଷ ମୁଖାର୍ଜୀ

ସରକାରଙ୍କ ସମସ୍ତ ପ୍ରକାର ମାର୍ଗଦର୍ଶିକା ପାଳନ କରି ପରିବାରର ସମର୍ଥନରେ କୋଭିଡ ଯୁଦ୍ଧରେ ସାରଥି ପାଲଟିଛନ୍ତି ଅଭିଳାଶ । ବର୍ତମାନ ସୁଦ୍ଧା ଶତାଧିକ କାରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତି କରି ସାରିଛନ୍ତି ସେ । ଲୋକଙ୍କ ସେବାକରି ଅପୂର୍ବ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି । ଲୋକଙ୍କ ସୁଖ ଦେଖି ତାଙ୍କ ପରିଶ୍ରମ ସାର୍ଥକ ହୋଇଛି ବୋଲି ନିଜେ ଦୁଖକଷ୍ଟ ଭୁଲିଯାନ୍ତି ମାଝି । ସତରେ ତାଙ୍କଭଳି ସ୍ଵେଛାସେବୀ ମିଳିବା କଷ୍ଟକର ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details