ଓଡିଶା

odisha

By

Published : Jan 15, 2023, 10:29 PM IST

ETV Bharat / state

Jagannath Darshan: ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ଭେଟେରାନ ଅଭିନେତା ପ୍ରଶାନ୍ତ ନନ୍ଦ

ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭେଟେରାନ ଅଭିନେତା ପ୍ରଶାନ୍ତ ନନ୍ଦ । ଜଗା ଦର୍ଶନ ପରେ ସେ ଭାବବିହ୍ବଳ ହୋଇପଡିବା ସହ ନିଜ ଅନୁଭୂତି ବଖାଣିଛନ୍ତି । ଅଧିକ ପଢନ୍ତୁ

Prasant Nanda
Prasant Nanda

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ଭେଟେରାନ ଅଭିନେତା ପ୍ରଶାନ୍ତ ନନ୍ଦ

ପୁରୀ:ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ବରିଷ୍ଠ ସିନେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ । ଜଗାଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ସେ ନିଜ ଅନୁଭୂତି ବଖାଣିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଶେଷ ଶ୍ରାବଣ ସହ ଜଗନ୍ନାଥଙ୍କ ମହିମା ଯୋଡି ହୋଇ ରହିଛି ବୋଲି ସେ କହିଛନ୍ତି । ରବିବାର ସପରିବାର ସହ ଆସି ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଅଭିନେତା ପ୍ରଶାନ୍ତ ନନ୍ଦ ।

ଜଗା ଦର୍ଶନ ପରେ ସେ ନିଜ ଅନୁଭୂତି ବଖାଣି କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ମହିମାରୁ ଶେଷ ଶ୍ରାବଣ ସିନେମା ସଫଳତା ସାଉଁଟିଥିଲା । ଫିଲ୍ମର ସଫଳତା କଥା କହି ଭାବବିହ୍ଵଳ ହୋଇପଡ଼ିଥିଲେ ଏହି ଭେଟେରାନ ଅଭିନେତା । ଯେତେବେଳେ ଶେଷ ଶ୍ରାବଣ ଫିଲ୍ମର ସଫଳତାକୁ ନେଇଥିଲା ଆଶା ଓ ଆଶଙ୍କା ଥିଲା । ଠିକ ସେତିକିବେଳେ ବଡ଼ଦାଣ୍ଡରେ ରହି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ ଫିଲ୍ମର ସଫଳତାର ଦାୟିତ୍ବ । ବଡଦାଣ୍ଡରେ ରହି ମନେମନେ ଚିନ୍ତା କରିଥିଲେ ରଥ ଯଦି ସେହି ସ୍ଥାନରେ ଅଟକିଯାଏ, ତେବେ ଫିଲ୍ମ ହିଟ ହେବ । ମହାପ୍ରଭୁଙ୍କ ପାଖରେ ଏ ଡାକ ପହଞ୍ଚିଥିଲା । ଠିକ ସେଠାରେ ଅଟକିଥିଲା ରଥ ଏବଂ ପରେ ସଫଳତା ପରେ ସଫଳତା ସାଉଁଟିଥିଲା ଶେଷ ଶ୍ରାବଣ ।

ଏହା ବି ପଢନ୍ତୁ- ମାଘ ମେଳା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ, ୨୮ରେ ମାଘ ସପ୍ତମୀ ବୁଡ଼

ସେପଟେ ଓଡ଼ିଆ ଫିଲ୍ମର ସଫଳତାକୁ ନେଇ କହିଛନ୍ତି ସ୍ବୟଂ ଜଗନ୍ନାଥ ଯେଉଁ ମାଟିରେ ଆସ୍ଥାନ ଜମାଇଛନ୍ତି, ସେହି ମାଟିର କାହାଣୀ କଥା କହିଲେ ସଫଳତା ସାଉଁଟିବ ବୋଲି କହିଛନ୍ତି ପ୍ରଶାନ୍ତ ନନ୍ଦ । ସେହିପରି ଦମନ ଚଳଚ୍ଚିତ୍ରକୁ ସେ ବେଶ୍‌ ପ୍ରଶଂସା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତ ଏକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦମନ ଚଳଚ୍ଚିତ୍ର ଆଲୋକ ବାର୍ତ୍ତିକା ତଥା ଓଡ଼ିଆ ଇଣ୍ଡଷ୍ଟ୍ରି ପ୍ରତି ସଞ୍ଜିବନୀ ସଦୃଶ ହୋଇଛି । ନୂତନ ପିଢ଼ି ପ୍ରମାଣିତ କରିଦେଇଛନ୍ତି ଆଗାମୀ ଦିନରେ ଅନେକ ନୂଆ ବାସ୍ତବିକ କାହାଣୀ ଥିବା ଚଳଚ୍ଚିତ୍ର ପରଦାକୁ ଆସିବ ଓ ସଫଳ ମଧ୍ୟ ହେବ ।

ଆଗାମୀ ଦିନରେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ଦିଗରେ ଓ ନୂଆ ଫିଲ୍ମ ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ଏହି ଭେଟେରାନ ଅଭିନେତା । ଓଡ଼ିଆ ଫିଲ୍ମ ଜଗତରେ ନିଜ ବଳିଷ୍ଠ ଅଭିନୟ ବଳରେ ଏକ ସ୍ବତନ୍ତ୍ର ସୃଷ୍ଟି କରିଛନ୍ତି ପ୍ରଶାନ୍ତ ନନ୍ଦ । ଫିଲ୍ମରେ ଅଭିନୟ ସହିତ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥାନ୍ତି । ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଗୀତିକାର, କାହାଣୀକାର ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ନିଜ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଜାତୀୟ ସ୍ତରର ପୁରସ୍କାର ମଧ୍ୟ ଜିତିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details