ଓଡିଶା

odisha

କୋଣାର୍କ ମନ୍ଦିରର କଳା ସ୍ଥାପତ୍ୟରେ ତାଜୁବ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

By

Published : Feb 25, 2022, 4:45 PM IST

୩ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ(RCP Singh) । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ହେଲେ ତାଜୁବ । ଅଧିକ ପଢନ୍ତୁ

ପୂର୍ବ କାଳର କଳା ସ୍ଥାପତ୍ୟର ଉତ୍କର୍ଷତା ବଖାଣୁଛି କୋଣାର୍କ ମନ୍ଦିର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ
ପୂର୍ବ କାଳର କଳା ସ୍ଥାପତ୍ୟର ଉତ୍କର୍ଷତା ବଖାଣୁଛି କୋଣାର୍କ ମନ୍ଦିର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ପୁରୀ: ପୁରୀ ଗସ୍ତକରି କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ(RCP Singh) । କେନ୍ଦ୍ରମନ୍ତ୍ରୀ କୋଣାର୍କ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି । ପୂର୍ବ କାଳରେ ଭାରତ କଳା ସ୍ଥାପତ୍ୟ କେତେ ଉତ୍କର୍ଷତା ହାସଲ କରିଥିଲା ତାହା କୋଣାର୍କ ମନ୍ଦିର ହିଁ ପ୍ରକୃଷ୍ଟ ପ୍ରମାଣ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବ କାଳର କଳା ସ୍ଥାପତ୍ୟର ଉତ୍କର୍ଷତା ବଖାଣୁଛି କୋଣାର୍କ ମନ୍ଦିର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ
ବିଶେଷ କରି କୋଣାର୍କ ମନ୍ଦିରରେ ପଥର ଯୋଡ଼େଇରେ ପୂର୍ବ କାଳରେ ବ୍ୟବହୃତ ଲୁହା ଆଜି ଯାଏଁ କଳଙ୍କି ଲାଗି ନ ଥିବାବେଳେ ଏହା କେତେ ଉତ୍କୃଷ୍ଟ ମାନର ଥିଲା ତାହା ପ୍ରମାଣିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସମୟରେ ଅନେକ ଆଧୁନିକ ଯନ୍ତ୍ରପାତି, ବୈଷୟିକ ଜ୍ଞାନ କୌଶଳ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉ ଥିବାବେଳେ ପୂର୍ବ କାଳରେ ଆମର ଶିଳ୍ପୀମାନେ ମଧ୍ୟ କୌଣସି ଗୁଣରେ କମ ନ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଗବେଷଣାର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି ।ତେବେ ୩ ଦିନିଆ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂହ । ଗତକାଲି(ଗୁରୁବାର) ରାତିରେ ମନ୍ତ୍ରୀ ଓଡିଶାରେ ପହଞ୍ଚି ପ୍ରଥମେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ରାମଚଣ୍ଡୀ ନିକଟ ଇକୋ ରିଟ୍ରିଟରେ ରାତ୍ରି ଯାପନ କରିବା ସହ ଆଜି କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଆଜି ମଧ୍ୟ ଇକୋ ରିଟ୍ରିଟରେ ବିଭିନ୍ନ ରାଜ୍ୟର ଇସ୍ପାତ ମନ୍ତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ବୈଠକରେ ଯୋଗଦେବେ ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details