ଓଡିଶା

odisha

By

Published : Oct 27, 2019, 1:27 AM IST

ETV Bharat / state

ବାଲୁକା କଳାରେ ‘କ୍ଲିନ ଓ ଗ୍ରୀନ ଦୀପାବଳି’ ବାର୍ତ୍ତା

ବାଲୁକାକଳାରେ ଦୀପାବଳିର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ନିଜ କଳା ଜରିଆରେ ବାଣ୍ଟିଛନ୍ତି ସ୍ବଚ୍ଛ ପରିବେଶର ବାର୍ତ୍ତା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ

ପୁରୀ: ବାଲୁକାକଳାରେ ଦୀପାବଳିର ଶୁଭେଚ୍ଛା । ବିଶ୍ବ ବିଖ୍ୟାତ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କ୍ଲିନ ଦୀପାବଳି, ଗ୍ରୀନ ଦୀପାବଳି ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ।

ଶନିବାର ସୁଦର୍ଶନ ପୁରୀ ବେଳାଭୂମିରେ 60 ଫୁଟ ଲମ୍ଭ ବିଶିଷ୍ଟ ଏକ ବିଶାଳ ଦୀପ ଓ ମା’ କାଳୀଙ୍କ ପ୍ରତିମୃତ୍ତି ତିଆରି କରିଛନ୍ତି । ଏହାକୁ ବନେଇବାକୁ ସୁଦର୍ଶନଙ୍କୁ ସ୍ୟାଣ୍ଡ ଆର୍ଟର ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରିଛନ୍ତି ।

ଚଳିତ ଦୀପାବଳିରେ ବାଣ ବ୍ୟବହାର ନକରି ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ସେ ତାଙ୍କ ବଲୁକା କଳାରେ ବାର୍ତ୍ତା ଦେଇଛନ୍ତି । ତେବେ ବିଶ୍ବରେ ପ୍ରଥମ ଥର ବାଲିରେ 60 ଫୁଟ ଲମ୍ବର ଦୀପ ପ୍ରତିକୃତି ତିଆରି ହୋଇଛି ବୋଲି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ସୁଦର୍ଶନ ଓ ମାନସଙ୍କ ବାଲୁକା କଳା


ସେପଟେ ଅନ୍ୟ ଜଣେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଣ ବର୍ଜନ ବାର୍ତ୍ତା ଦେଇ ତିଆରି କରିଛନ୍ତି ଏକ ବାଲୁକା କଳା । ଏକ ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଗଢିତୋଳିବାକୁ ସେ ତାଙ୍କ କଳାରେ ଜଣାଇଛନ୍ତି । ସେ ମଧ୍ୟ ନିଜ ବାଲୁକାକଳରେ ମା‘ କାଳୀଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ‘ନୋ କ୍ରାକର’ ବାର୍ତ୍ତା ଦେଇଛନ୍ତି ।

ପୁରୀର ଲାଇଟ ହାଉସ ବେଳାଭୂମିରେ 15 ଫୁଟ ର ଲମ୍ବର ଏହି ବଲୁକା କଳାରେ 10 ଟନ୍ ବାଲି ବ୍ୟବହୃତ ହୋଇଛି । ଦୀପାବଳି ଉତ୍ସବ ଅବସରରେ ସାରା ଦେଶରେ ସୁଖ ସମୃଦ୍ଧିର ବାତାବରଣ ସହ ଦୁଷ୍ଟ ଶକ୍ତିର ବିନାଶ ନେଇ ସେ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମାନସ ସାହୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର

ABOUT THE AUTHOR

...view details