ଓଡିଶା

odisha

By

Published : May 27, 2023, 8:28 PM IST

ETV Bharat / state

ରୂପା ଛାଉଣୀ ହେବ ସିଂହଦ୍ଵାର, ବାହୁଡ଼ା ଯାତ୍ରା ପୂର୍ବରୁ ସରିବ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରକୁ ରୂପା ଛାଉଣୀ କରାଯିବ । ଏହା ସହିତ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି କରାଯିବ । ଆଜି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାରକୁ କରାଯିବ ରୂପା ଛାଉଣୀ । ମହାପ୍ରଭୁଙ୍କ ପରମ୍ପରା ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି ସିଂହଦ୍ଵାର କବାଟରେ ସମସ୍ତ ପାରମ୍ପରିକ କଳା କାରୁକାର୍ଯ୍ୟ ରହିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ଆଜି ନିଷ୍ପତ୍ତି ହୋଇଛି । ସିଂହଦ୍ଵାରକୁ ରୂପା ଛାଉଣୀ କରାଯିବାକୁ ଥିବାବେଳେ ଜଣେ ଦାତା ସମସ୍ତ ରୂପା ପ୍ରଦାନ କରିବେ ।

ପୂର୍ବରୁ ଶ୍ରୀମନ୍ଦିର ଭିତରେ ରୂପା କବାଟ ନିର୍ମାଣ କରିଥିବା ଅଭିଜ୍ଞ କାରିଗର ମାନେ ସିଂହଦ୍ଵାର କବାଟର ରୂପା ଛାଉଣୀ କରିବେ । ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ କେତେ ରୂପା ଲାଗିବ ତାହା ଆକଳନ ପରେ ଦାତାଙ୍କୁ ଜଣାଇ ଦିଆଯିବ । କେବଳ ସେତିକି ନୁହେଁ, ଶ୍ରୀମନ୍ଦିରର ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ଵାରର କବାଟକୁ ମଧ୍ୟ ରୂପା ଛାଉଣୀ କରିବା ପାଇଁ ଦାତାଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେହିପରି ଶ୍ରୀମନ୍ଦିର ଭିତରେ ଥିବା ଦକ୍ଷିଣୀ ଘର ଦ୍ବାରକୁ ମଧ୍ୟ ରୂପା ଛାଉଣୀ କରାଯିବ । ତେବେ ଏହାର ଡିଜାଇନ୍ କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସ ଠାରେ କରାଯିବ ଓ ପରେ ରୂପା ଛାଉଣୀ ବା ସ୍ଥାପନ କାର୍ଯ୍ୟ ସିଂହଦ୍ଵାର ଠାରେ କରାଯିବ । ଶ୍ରୀମନ୍ଦିର ସିଂହଦ୍ଵାରରେ ଏବେ ଲାଗିଥିବା କବାଟର ଅବିକଳ ପ୍ରତିକୃତି ସ୍ଥାପନ କରାଯିବ । ଯାହାଦ୍ବାରା ଶ୍ରୀମନ୍ଦିର ଦୈନନ୍ଦିନ ପରମ୍ପରା ଓ ନୀତିକାନ୍ତି ଅକ୍ଷୁର୍ଣ୍ଣ ରହିବ । ରୂପା ଛାଉଣୀ କାର୍ଯ୍ୟ ସରିବା ପରେ ଉକ୍ତ କବାଟକୁ ଶ୍ରୀମନ୍ଦିର ସିଂହଦ୍ଵାରରେ ସ୍ଥାପନ କରାଯିବ । ଏହି ସମୟରେ ଭକ୍ତଙ୍କ ପ୍ରବେଶ ପ୍ରସ୍ଥାନରେ କଟକଣା ରହିବା ସହ ସୁରକ୍ଷା ଦୃଷ୍ଟିକୋଣରୁ ରୂପା ଛାଉଣୀ ଏବଂ କବାଟ ଫିଟିଂ ବେଳେ ସିସିଟିଭି କ୍ୟାମେରା ସହ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ମୁତୟନ କରାଯିବ ।

ସେପଟେ ମହାପ୍ରଭୁଙ୍କର ଗଜଦାନ୍ତ ରତ୍ନ ପଲଙ୍କର ମରାମତି ସହ ଆଉ ଏକ ନୂତନ ସେଟ୍ ମଧ୍ୟ ନିର୍ମାଣ କରାଯିବ । ପଲଙ୍କକୁ ଓଜନ‌ କରାଯାଇ ନିର୍ଦ୍ଧାରିତ ଓଜନ ଅନୁଯାୟୀ ନୂତନ ପଲଙ୍କ ତିଆରି ହେବ । ନୂତନ ରତ୍ନ ପଲଙ୍କରେ ଲାଗିବାକୁ ଥିବା ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ତେବେ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ ସମୟରେ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ସେହି ବାଟ ଦେଇ ଛଡାଯିବ ନାହିଁ । ସେହି ସମୟରେ ଭକ୍ତମାନେ ଉତ୍ତର, ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ‌ । ପୂର୍ବରୁ ଶ୍ରୀମନ୍ଦିରର ବେହରଣ, କଳାହାଟ, ଭୋଗମଣ୍ଡପ, ଜୟବିଜୟ, ସାତପାହାଚ, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଓ ଆଦି ନୃସିଂହ ମନ୍ଦିରର ଥିବା ଦ୍ବାରକୁ ରୂପା ଛାଉଣୀ କରାଯାଇଛି । ତେବେ ଶ୍ରୀମନ୍ଦିର ସିଂହଦ୍ଵାର ସହ ଅନ୍ୟ ତିନି ଦ୍ବାରକୁ ରୂପା ଛାଉଣୀ କରାଗଲେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବେଶ୍ ବୃଦ୍ଧି ପାଇବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details