ଓଡିଶା

odisha

By

Published : Aug 23, 2022, 10:30 PM IST

ETV Bharat / state

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟା ପାଇଁ ରାଜ୍ୟ ସରକାର ଙ୍କୁ ଦାୟୀ କଲେ ସମ୍ବିତ ପାତ୍ର । ବିଜେଡି କହିଲା କ୍ୟାମେରା ଆଗରେ ବିଜେପି ନେତା ଷ୍ଟଣ୍ଟ କରୁଛନ୍ତି । ଅଧିକ ପଢନ୍ତୁ

Puri MLA Jayant Kumar Sharangi distributed relief in puri district
ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ

ପୁରୀ:ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟାଜଳ ଘେରରେ ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଛନ୍ତି ପୁରୀ ବିଧାୟକ । ପୁରୀ ବୀରହରେକୃଷ୍ଣପୁର ପଞ୍ଚାୟତରେ ବିଜେପି ଜାତୀୟ ପ୍ରବକ୍ତା ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡଙ୍ଗୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ । ଏଥିସହ ଟ୍ରଲି ସାହାଯ୍ୟରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ । ବନ୍ୟା ଯୋଗୁଁ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହେବା ସହ ବନ୍ୟାପାଣି ଯୋଗୁଁ ଲୋକ ଅନେକ ହଇରାଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ତୁରନ୍ତ ଏହି ସବୁ ଅଞ୍ଚଳରୁ କିଭଳି ଜଳ ନିଷ୍କାସନ କରାଯିବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ।

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ

ତେବେ ବନ୍ୟା ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଅଲୋଚନା ହେଉଥିବା ବେଳେ ରାଜ୍ୟ ସରକାର ଡିପିଆର ଦେଉନାହାନ୍ତି । ବନ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଣୁ ଚଳିତ ବନ୍ୟା ସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ବୋଲି ସମ୍ବିତ ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି । ସେପଟେ ସମ୍ବିତ ବନ୍ୟା ଅଞ୍ଚଳରେ ରିଲିଫ ବାଣ୍ଟିବା ନାମରେ ଯେଭଳି ରାଜନୀତି କରୁଛନ୍ତି ତାହା ନିନ୍ଦନୀୟ ବୋଲି ବିଜେଡି ଜବାବ ରଖିଛି । ତେବେ ସମ୍ବିତ ଅତୀତରେ ଅନେକ ଷ୍ଟଣ୍ଟ୍ କରିଛନ୍ତି । କାହା ଘରେ ଚକୁଳି ଖାଇଛନ୍ତି ତ ଆଉ କେତେବେଳେ କ୍ୟାମେରା ଆଗରେ ବିଭିନ୍ନ ଶୋ ବାଜି କରିଛନ୍ତି ।

ଏହା ବି ପଢନ୍ତୁ-ବନ୍ୟାଜଳରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା ଓ କର୍ମୀ

ଏନେଇ ତାଙ୍କୁ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବନ୍ୟା ବିପନ୍ନ ସୁରକ୍ଷା, ରିଲିଫ ପାଇଁ ତଦାରଖ କରିବା ସହିତ ଲୋକଙ୍କ ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଉଛନ୍ତି। ସେପଟେ ମିଡ଼ିଆ କ୍ୟାମେରା ଆଗରେ ଯେଭଳି ପୁରୀ ବିଧାୟକ ଟ୍ରଲି ଚଳାଇ ରିଲିଫ ବାଣ୍ଟୁ ଥିବା ନିଜକୁ ଚିତ୍ରଣ କରିଛନ୍ତି ତାହା ଲୋକ ଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବିଜେଡି କହିଛି। ଏଥିସହ ପୁରୀ ବିଧାୟକ ଜିତିବା ପରଠାରୁ ତାଙ୍କର ଦେଖା ନ ଥିବା ବେଳେ ଏହି ଦିନିକିଆ ଚିତ୍ରଣ କରି ଲୋକଙ୍କ ସହାନୁଭୂତି ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା କୌଣସି ପ୍ରଭାଵ ପକାଇବ ନାହିଁ।ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜନସାଧାରଣଙ୍କ ଭରସା, ସମର୍ଥନ ଅତୁଟ ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details