ଓଡିଶା

odisha

By

Published : Feb 12, 2022, 9:33 PM IST

ETV Bharat / state

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ମୁତୟନ ହେବେ 40 ପ୍ଲାଟୁନ ପୋଲିସ

ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

preparatory meeting: ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
preparatory meeting: ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି । ଏଥି ନିମନ୍ତେ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି ।

preparatory meeting: ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହେଲିପ୍ୟାଡ, ଶ୍ରୀମନ୍ଦିର, ରାଜଭବନ ଏବଂ ଶରଧାବାଲିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଓ ଯାଞ୍ଚ, ନିରବଛିନ୍ନ ବିଦ୍ୟୁତ ସେବା, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ମୁତୟନ, ଆତିଥେୟତା ଆଦି ସମ୍ପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ୪୦ ପ୍ଲାଟୁନ ପୋଲିସ ଏବଂ ୨୦୦ ଅଧିକାରୀ ମୁତୟନ ହେବେ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ କହିଛନ୍ତି ।

preparatory meeting: ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିଅରୀ ଡଃ ସୁଜାତା ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଶ୍ରୀ ଚୈତନ୍ୟ ଗୌଡୀୟ ମଠର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details