ଓଡିଶା

odisha

By

Published : Nov 11, 2021, 10:41 PM IST

ETV Bharat / state

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ...

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାଚି ତ୍ରକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାଚି ତ୍ରକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପୁରୀ: କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ । କିପରି ଏହି ମହୋତ୍ସବ କୋଭିଡ୍ କଟକଣା ମଧ୍ୟରେ ଡିସେମ୍ବର ୧ ରୁ ୫ ତାରିଖ ତାରିଖ ମଧ୍ୟରେ ଶେଷ ହେବ ସେନେଇ ଆଲୋଚନା ହୋଇଥିଲା ।

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାଚି ତ୍ରକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ ମହୋତ୍ସବରେ କୋଭିଡ୍ କଟକଣା ମାନି ସମସ୍ତ ଅଧିକାରୀଙ୍କ ସହ ୬ ଶହ ପର୍ଯ୍ୟଟକଙ୍କୁ ନେଇ କରାଯିବ ମହୋତ୍ସବ । ଗତବର୍ଷ ପରି ମିନା ବଜାର, ଯାତ୍ରା ଦଳକୁ ବନ୍ଦ କରାଯାଇଛି । କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଥିବାବେଳେ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟକୁ ଅଧିକାରୀ ଓ ପର୍ଯ୍ୟଟକମାନେ ମାକ୍ସ ସହିତ ସାନିଟାଇଜ୍ ଓ ସାମାଜିକ ଦୂରତା ଉପରେ ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ଚନ୍ଦ୍ରଭାଗା ବେଳାଭୂମିରେ 30ଟି ବାଲୁକା କଳାର ଷ୍ଟଲ୍ କରାଯିବ । ଦେଶ ଓ ବିଦେଶ ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକ କୋଭିଡ୍ ନିୟମରେ ବାଲୁକା କଳା ଦେଖିବାର ସୁଯୋଗ ପାଇବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details