ଓଡିଶା

odisha

By

Published : Aug 25, 2019, 3:15 AM IST

Updated : Aug 25, 2019, 11:38 AM IST

ETV Bharat / state

ବାଲୁକାକଳାରେ ଅସ୍ତମିତ ଅରୁଣଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଲାଇଟ ହାଉସ ବେଳାଭୂମିରେ 10 ଫୁଟ ଲମ୍ବର ଅରୁଣ ଜେଟଲୀଙ୍କ ପ୍ରତିମୂତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପୁଣି ଥରେ ଦେଶ ଜଣେ ଦକ୍ଷ ନେତାଙ୍କୁ ହରାଇଛି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତେବେ ବଡବଡ ନେତାଙ୍କ ଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି କ୍ରମରେ ପୁରୀ ଲାଇଟ ହାଉସ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ନିଜ ବାଲୁକାକଳା ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି । 10 ଫୁଟ ଲମ୍ବର ଏହି ବାଲୁକା କଳାରେ ଅରୁଣ ଜେଟଲୀଙ୍କ ପ୍ରତିମୂତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 25, 2019, 11:38 AM IST

ABOUT THE AUTHOR

...view details