ଓଡିଶା

odisha

By

Published : May 1, 2019, 3:22 PM IST

ETV Bharat / state

ପର୍ଯ୍ୟଟକଙ୍କୁ ପୁରୀ ବାରଣ, ଶୁଣନ୍ତୁ କଣ କହୁଛନ୍ତି ହୋଟେଲ ମାଲିକ

ସାମୁଦ୍ରିକ ଝଡ଼ ଫନି ପୁରୀରେ ଲ୍ୟାଣ୍ଡ ଫଲ କରିବ ବୋଲି ପାଣିପାଗ ବିଭାଗର ଅନୁମାନ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଅଧିକ ହୋଟେଲ ଆସୋସିଏନର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମାଡି ଆସୁଛି ସାମ୍ଭାବ୍ୟ ବାତ୍ୟା ଫନି । ପୁରୀର ବାଲୁଖଣ୍ଡରେ ସାଇକ୍ଲୋନିକ ଷ୍ଟର୍ମ ଫନି ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ୍ ଟାଇଫୁନ୍ ସେଣ୍ଟର । ଏହାକୁ ନେଇ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏପରିକି ପର୍ଯ୍ୟଟକଙ୍କୁ ପୁରୀକୁ ଆସିବାକୁ ବାରଣ କରାଯାଇଛି । ତାହା ସହ ପର୍ଯ୍ୟଟକଙ୍କୁ ଆସନ୍ତାକାଲି ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ 2 ତାରିଖରୁ 5 ତାରିଖ ଯାଏଁ ହୋଟେଲରେ ବୁକିଂ ବାତିଲ କରାଯାଇଛି। ଏନେଇ ଚିଠି ଆସିବା ପରେ ପୁରୀ ହୋଟେଲ ଆସୋସିଏସନ ନିୟମ କାର୍ଯ୍ୟକାରୀ କରିଛି ।

ତେବେ ନିର୍ଦ୍ଦେଶ ପରେ ହୋଟେଲ ଆସୋସିଏନ ପକ୍ଷରୁ କିଭଳି ପ୍ରସ୍ତୁତି କରାଯାଉଛି ? ପୁରୀ ହୋଟେଲ ଆସୋସିଏସନର ସାଧାରଣ ସମ୍ପାଦକଙ୍କ ସହ ବିସ୍ତୁତ ଆଲୋଚନା କରିଥିଲା ଇଟିଭି ଭାରତ ଟିମ୍ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details