ଓଡିଶା

odisha

By

Published : Feb 22, 2020, 5:59 PM IST

Updated : Feb 22, 2020, 9:08 PM IST

ETV Bharat / state

ପୁରୀରେ ନକଲି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବାନ୍ଧିଲା ପୋଲିସ

ପୁରୀ ଜିଲ୍ଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

duplicate-matric-student-aarested
duplicate-matric-student-aarested

ପୁରୀ: ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଗିରଫ । ପୁରୀ ଜିଲ୍ଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ ।

ପୁରୀରେ ନକଲି ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ବାନ୍ଧିଲା ପୋଲିସ

ଗିରଫ ହୋଇଥିବା ନକଲି ପରୀକ୍ଷାର୍ଥୀ ହେଲେ ସୌମ୍ୟ ରଞ୍ଜନ ମହାନ୍ତି । ସେ ପଥରପଦା ହାଇସ୍କୁଲର ଛାତ୍ର ରାଜା ପାତ୍ରଙ୍କ ସ୍ଥାନରେ ଦେଉଥିଲେ ପରୀକ୍ଷା । ରାଜାର ଆଡ଼ମିଟ କାର୍ଡ ନେବା ସହ ତାଙ୍କ ନାମରେ ଦେଉଥିଲା ପରୀକ୍ଷା । ତେବେ ପରିକ୍ଷାର୍ଥୀ ଜଣଙ୍କ ଉପରେ ସନ୍ଦେହ ହେବାରୁ ପରୀକ୍ଷା ସେଣ୍ଟର ଅଧିକ୍ଷକ ତାଙ୍କୁ ପଚରା ଉଚରା କରିଥିଲେ ।

ପରେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡିବା ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ପୋଲିସର ଜିମା ଦେଇଥିଲେ । ତେବେ ଏହି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 22, 2020, 9:08 PM IST

ABOUT THE AUTHOR

...view details