ଓଡିଶା

odisha

By

Published : Apr 15, 2020, 3:38 PM IST

ETV Bharat / state

ତାଲା ବନ୍ଦ ଦ୍ୱିତୀୟ ପାଳି, ଆକ୍ସନ ମୁଡରେ ବ୍ରହ୍ମଗିରି ପ୍ରଶାସନ

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଲକଡାଉନ୍‌ ସମୟ ବଢାଇ ଦିଆଯାଇଛି । ତେବେ ବ୍ରହ୍ମଗିରିରେ ବ୍ୟାଙ୍କରେ ସାମାଜିକ ଦୂରତା ଅମଲମ୍ବନ କରାଯଆଉ ନଥିବାବେଳେ ଅମାନିଆ ଗାଡି ଚାଳକ ମାନେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି ।

corona-fight-brahmagiri-administration-in-action-mood
ତାଲା ବନ୍ଦ 2ୟ ପାଳି, ଆକ୍ସନ ମୁଡରେ ବ୍ରହ୍ମଗିରି ପ୍ରଶାସନ

ବ୍ରହ୍ମଗିରି: ତାଲାବନ୍ଦ ଦ୍ୱିତୀୟ ପାଳିକୁ ସଠିକ୍‌ ଭାବେ ପରିଚାଳନା ପାଇଁ ଆକ୍ସନ ମୁଡ଼ରେ ବ୍ରହ୍ମଗିରି ତହସିଲଦାର ଓ ପୋଲିସ । ଅମାନିଆଙ୍କୁ ସାବାଡ କରି ଫାଇନ ଆଦାୟ କରାଯାଉଛି ।

ଆକ୍ସନ ମୁଡରେ ବ୍ରହ୍ମଗିରି ପ୍ରଶାସନ

ମହାମାରୀ କରୋନା ଠାରୁ ଆମେ ଜିତିବା ସଂକଳ୍ପ ନେଇଛନ୍ତି ଆମ ସରକାର । ତାଲା ବନ୍ଦ 2ୟ ପାଳିର ବୁଧବାର ହେଉଛି ପ୍ରଥମ ଦିନ । ତାଲାବନ୍ଦର କିଛି ପ୍ରଭାବ ଦେଖିବାକୁ ମିଳିନଥିଲା ବ୍ରହ୍ମଗିରିରେ । ବ୍ୟାଙ୍କ ଗୁଡିକରେ ଅସମ୍ଭାଳ ଭିଡ ରହିଥିଲା ଓ ସେଠାରେ ଦେଖିବାକୁ ମିଳିନଥିଲା ସାମାଜିକ ଦୂରତା ।

ଅମାନିଆ ଗାଡି ଚଳାକମାନେ ଏଣେତେଣେ ବୁଲୁଥିବାର ଦେଖାଯାଇଥିଲା । ପରିସ୍ଥିତକୁ ଅୟତ୍ତକୁ ଆଣିବା ପାଇଁ ବ୍ରହ୍ମଗିରି ତହସିଲଦାରଙ୍କ ଉପସ୍ଥିତରେ ଆକ୍ସନ ମୁଡକୁ ଆସିଯାଇଥିଲା ବ୍ରହ୍ମଗିରି ପୋଲିସ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details