ଓଡିଶା

odisha

Odisha Japan festival 2023: ଜାପାନର ଲୋକନୃତ୍ୟକୁ ମନଭରି ଉପଭୋଗ କଲେ ଦର୍ଶକ

By

Published : Feb 26, 2023, 7:14 PM IST

ପୁରୀରେ ଅନୁଷ୍ଠିତ ହେଲା ଓଡ଼ିଶା ଜାପାନ ଫେଷ୍ଟିଭାଲ 2023 । ଦୁଇ ଦେଶର ମଧ୍ୟରେ ସୁସମ୍ପର୍କ ଓ ଭାଇଚାରା ସୃଷ୍ଟି ହେବା ଲକ୍ଷ୍ୟରେ ଫେଷ୍ଟିଭାଲ ଆୟୋଜିତ । ଅଧିକ ପଢ଼ନ୍ତୁ

ଓଡ଼ିଶା ଜାପାନ ଫେଷ୍ଟିଭାଲ 2023
ଓଡ଼ିଶା ଜାପାନ ଫେଷ୍ଟିଭାଲ 2023

ଓଡ଼ିଶା ଜାପାନ ଫେଷ୍ଟିଭାଲ 2023

ପୁରୀ: ପୁରୀରେ ଅନୁଷ୍ଠିତ ହେଲା ଓଡ଼ିଶା ଜାପାନ ଫେଷ୍ଟିଭାଲ 2023 । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କଲେ ଜାପାନ କଳାକାର । ମଞ୍ଚ ଉପରେ ଜାପାନ ଲୋକନୃତ୍ୟ ସହ ଓଡିଶୀ, ସମ୍ବଲପୁରୀ ଅଦି ଲୋକନୃତ୍ୟକୁ ମନଭରି ଉପଭୋଗ କଲେ ଦର୍ଶକ । ଜାପାନ ଲୋକ ନୃତ୍ୟ, କଳା, ସଂସ୍କୃତି ଦେଖି ଦର୍ଶକ ବେଶ ଉତ୍ସାହିତ ହୋଇଥିଲେ । ତେବେ ଗତକାଲି (ଶନିବାର)ସନ୍ଧ୍ୟାରେ ପୁରୀ ବାଲିଘାଇ ସ୍ଥିତ ଚନ୍ଦ୍ରଶେଖର ଏକାଡେମୀ ସ୍କୁଲ୍ ପକ୍ଷରୁ ଆୟୋଜନ କରାଯାଇଥିଲା ଓଡ଼ିଶା ଜାପାନ ମହୋତ୍ସବ 2023 ।

ଏହି ମଞ୍ଚରେ ଚନ୍ଦ୍ରଶେଖର ଏକାଡେମୀର ଛାତ୍ରୀମାନେ ଓଡ଼ିଶୀ, ସମ୍ବଲପୁରୀ ପ୍ରଭୃତି ଓଡ଼ିଶା କଳା, ଲୋକ ନୃତ୍ୟକୁ ପରିବେଷଣ କରିଥିଲେ । ତେବେ ଓଡ଼ିଶା ଜାପାନ ମହୋତ୍ସବକୁ ନେଇ ଜାପାନ କଳାକାର ଓ ଚନ୍ଦ୍ରଶେଖର ଏକାଡେମୀର ଛାତ୍ରୀ ବେଶ୍ ଖୁସି ଥିବା କହିଛନ୍ତି । ଏହି ନିଆରା କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଜଭୁତ ହେବା ସହ ଓଡ଼ିଶା ଜାପାନର ବନ୍ଧୁତା ଦୃଢ଼ ହେବ ବୋଲି କହିଛନ୍ତି ଚନ୍ଦ୍ରଶେଖର ଏକାଡେମୀର ପ୍ରିନ୍ସିପାଲ ।

ଅଧିକ ପଢ଼ନ୍ତୁ: Dibya Shankar Wedding: ପ୍ରିୟଙ୍କାଙ୍କୁ ଜୀବନସାଥୀ କଲେ ଦିବ୍ୟଶଙ୍କର, ଆଜି ପଡିଲା ହାତଗଣ୍ଠି

ଓଡ଼ିଶା ଜାପାନ ମହୋତ୍ସବ 2023ର ମୁଖ୍ୟ ଆକର୍ଷଣ ଥିଲା ଜାପାନର ତବଲା ବାଦକ ନାଚୋସ ମୀୟାହାରା ଓ ଓଡ଼ିଶାର ଆନ୍ତର୍ଜାତିକ ତବଲା ବାଦକ ଲିଙ୍ଗରାଜ ଦାଶଙ୍କ ଯୁଗଳ ପରିବେଷଣ । ଦୁଇ ଖ୍ୟାତି ସମ୍ପନ୍ନ ତବଲା ବାଦକ ମିଳିତ ଭାବେ ତବଲା ବଜାଇବା ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ତେବେ ଜାପାନ କଳାକାର ଏହି ମହୋତ୍ସବ ଏବଂ ଭାରତକୁ ବେଶ ପ୍ରଶଂସା କରିଥିଲେ ।

ଓଡ଼ିଶା ଜାପାନ ଫେଷ୍ଟିଭାଲର ମଜା ନେବା ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାସହ ଜାପାନୀ ମାନଙ୍କ ଦ୍ବାରା ପଡିଥିବା ଫୁଡ ଷ୍ଟଲରେ ବ୍ୟାପକ ଭିଡ ଲାଗିଥିଲା । ତେବେ ଓଡ଼ିଶା ଜାପାନ ମହୋତ୍ସବ ଦ୍ୱାରା ଦୁଇ ଦେଶର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ପ୍ରଚାର ପ୍ରସାର ହେବା ସହ ଦୁଇ ଦେଶର ସମ୍ପର୍କ ଦୃଢ଼ ଓ ଭାଇଚାରା ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଚନ୍ଦ୍ର ଶେଖର ଏକାଡେମୀର ସଭାପତି ଶ୍ରୀମନ୍ତ କୁମାର୍ ଦାଶ କହିଛନ୍ତି । ସେ କହିଛନ୍ତି ଦୁଇ ଦେଶର ସମ୍ପର୍କ ଦୃଢ଼ ହେବା ସହ ରୋଜଗାର କ୍ଷେତ୍ରରେ ମଧ୍ୟ ବିକଳ୍ପ ସୃଷ୍ଟି ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details