ଓଡିଶା

odisha

By

Published : Oct 1, 2020, 11:05 AM IST

ETV Bharat / state

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି । ଅଧିକ ପଢନ୍ତୁ...

Candle rally from Puri Youth Congress demanding justice for hathrus victim
ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି

ପୁରୀ: ଉତ୍ତର ପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି । ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ମହମବତୀ ଜାଳି ପ୍ରାର୍ଥନା କରାଯାଇଥିଲା। ଏଥି ସହିତ ଦୁଷ୍କର୍ମରେ ଜଡିତ ଅଭିଯୁକ୍ତଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୁରୀ ଯୁବ କଂଗ୍ରେସ।

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି

ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ଯେଭଳି ପୀଡିତାର ଅନ୍ତିମ ସଂସ୍କାର ପରିବାର ଲୋକଙ୍କ ବିନା ଉପସ୍ଥିତରେ କରିଛନ୍ତି, ଯୁବ କଂଗ୍ରେସ ଏହକୁ ନେଇ ୟୁପିର ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛି। ଏହା ସହ ଉକ୍ତ ଘଟଣାର ତଦନ୍ତରେ ଅବହେଳା ଅଭିଯୋଗ ନେଇ କଂଗ୍ରେସ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି ।

ବିଜେପି ସରକାର ଗୋଟେ ପଟେ ବେଟି ପଢ଼ାଓ, ବେଟି ବଚାଓ ନାରା ଦେଉଥିବା ବେଳେ ଦୁଷ୍କର୍ମ ମାମଲାରେ ଦୋଷୀକୁ ଦଣ୍ଡ ଦେବାରେ ବିଜେପି ସରକାରଙ୍କ କୋହଳ ନୀତିକୁ ପୁରୀ ଯୁବ କଂଗ୍ରେସ ନିନ୍ଦା କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details