ଓଡିଶା

odisha

4 ବର୍ଷୀୟ ଶିଶୁ ଦୁଷ୍କର୍ମ ଘଟଣାକୁ ବର୍ଷେ: ବଢୁଛି ଯନ୍ତ୍ରଣା, ତାତିଲେ ସ୍ଥାନୀୟ ବାସିନ୍ଦା

By

Published : Jul 5, 2020, 10:59 PM IST

ନୂଆପଡା ଜିଲ୍ଲା ସଦର ଥାନା ସ୍ଥିତ ବିରୋମାଲ ଗାଁର ପୀଡିତା ଶିଶୁକନ୍ୟାର ଚିକିତ୍ସା ସହ ଅଭିଯୁକ୍ତ ନାବାଳକକୁ ଆଜୀବନ କାରାଦଣ୍ଡ ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

nuapada
4ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ନୂଆପଡା: ଗତଗର୍ଷ ଅକ୍ଟୋବରରେ ଜଣେ 4ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଘଟଣାରେ ଦିନକୁ ଦିନ ବିଗିବାରେ ଲାଗିଛି ପୀଡିତା ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା । ନୂଆପଡା ଜିଲ୍ଲା ସଦର ଥାନା ସ୍ଥିତ ବିରୋମାଲ ଗାଁର ପୀଡିତା ଶିଶୁକନ୍ୟାର ଚିକିତ୍ସା ସହ ଅଭିଯୁକ୍ତ ନାବାଳକକୁ ଆଜୀବନ କାରାଦଣ୍ଡ ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

4ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ CBI ତଦନ୍ତ ଦାବି

22ଅକ୍ଟୋବର 2019 ରେ ବିରୋମାଲ ଗାଁର 4ବର୍ଷର ଶିଶୁକନ୍ୟାକୁ ସେହି ଗାଁର ବିଜୟ ସାହୁ ନାମକ ଜଣେ 14ବର୍ଷର ନାବାଳକ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଅଭିଯୁକ୍ତ ପରିବାର ଧନୀ ପ୍ରଭାବଶାଳି ହୋଇଥିବା କାରଣରୁ ଧମକ ଚମକ ଦେଇ ଥାନାକୁ ନଯିବା ପାଇଁ ଦୀର୍ଘ 2ମାସ ଘଟଣାକୁ ଗାଁରେ ଚାପି ରଖିଥିଲେ ।

ପରେ ପୀଡିତାଙ୍କ ବାପା ଶିଶୁକନ୍ୟାକୁ ନେଇ ଖରିଆରୋଡ ଜୋଙ୍କ ଥାନାରେ ଅଭିଯୋଗ କରିବା ପରେ ପୋକ୍ସୋ ଆଇନ ଅନୁସାରେ, ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଜେଲ ପଠାଇଥିଲା । ହେଲେ ଦୁଃଖର ବିଷୟ ଏଯାଏଁ ପୀଡିତା ଶିଶୁର ସ୍ବାସ୍ଥ୍ୟଅବସ୍ଥା ଭଲ ହୋଇନାହିଁ । ଗୁପ୍ତାଙ୍ଗ ସଂକ୍ରମଣ ହୋଇ ଯନ୍ତ୍ରଣା ହେଉଥିବା ବେଳେ, ଶିଶୁକନ୍ୟା ଜଣକ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛି ।

ପୀଡିତା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଗତକାଲି(ଶନିବାର) ଜୋଙ୍କ ଥାନା ପୋଲିସ ବିରୋମାଲ ଗାଁକୁ ଯାଇ ଚିକିତ୍ସା ପାଇଁ ପୀଡିତା ଓ ତାଙ୍କ ବାପା ମାଆଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛି । ଘଟଣା ଅତି ସମ୍ବେଦନଶୀଳ ହୋଇଥିବାବେଳେ,ଗୁରୁତର ସହ ଚିକିତ୍ସା ଚାଲିଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ପୀଡିତା ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଠିକ ହୋଇ ନଥିବାବେଳେ ଅଭିଯୁକ୍ତ ନାବାଳକ ଜାମିନରେ ଆସି ଗାଁରେ ବେଧଡକ ବୁଲୁଛି । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଅଶାନ୍ତି ଦାନା ବାନ୍ଧୁଛି । ଏହି ଘଟଣାକୁ CBI ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details