ଓଡିଶା

odisha

By

Published : Mar 13, 2021, 6:49 PM IST

ETV Bharat / state

ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ମେଳା

ନୟାଗଡରେ ବିଭିନ୍ନ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ପକ୍ଷରୁ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ରାଜ୍ୟସ୍ତରୀୟ ପ୍ରଦର୍ଶନୀ ମେଳା ଆୟୋଜିତ । ଅଧିକ ପଢନ୍ତୁ...

ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ମେଳା
ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ମେଳା

ନୟାଗଡ: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟଠାରେ କାର୍ଯ୍ୟରତ ବିଭିନ୍ନ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ପକ୍ଷରୁ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ରାଜ୍ୟସ୍ତରୀୟ ପ୍ରଦର୍ଶନୀ ମେଳା ଆୟୋଜିତ । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ମାଳତୀପୁଟ ଗ୍ରାମରେ ଏହି ମେଳା ଆୟୋଜନ କରାଯାଇଛି ।

ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ମେଳା

ସମ୍ପ୍ରତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିର୍ଦ୍ଦେଶ ଅନୁଯାୟୀ ବିଶ୍ବବିଦ୍ୟାଳୟ ଅଧିନସ୍ଥ ଚାରୋଟି ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ (ପଶୁ ଶକ୍ତିର ସଦୁପଯୋଗ, ଉନ୍ନତ କୃଷି ଯନ୍ତ୍ରପାତି, ଅମଳ ପରବର୍ତ୍ତୀ କୃଷି ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ, କୃଷି ଶ୍ରମ ବିଜ୍ଞାନ ଓ ସୁରକ୍ଷା) ଓଡିଶା ସରକାରଙ୍କ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଚାଷୀ, କୃଷିଜୀବୀ ମହିଳା ଯୋଗ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦାଶ ଯୋଗଦେଇ କୃଷିର ଉନ୍ନତି ପାଇଁ କୃଷି ଯାନ୍ତ୍ରିକରଣର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି I ଯନ୍ତ୍ରପାତି ଓ ଶକ୍ତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଦେବରାଜ ବେହେରା ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟଶୈଳୀ ତଥା ଆଭିମୁଖ୍ୟ ବିଷୟରେ ସଂକ୍ଷିପ୍ତରେ ବୁଝାଇଛନ୍ତି I ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ପ୍ରକଳ୍ପ ତରଫରୁ ବିକଶିତ ଅନେକ ଉନ୍ନତ ବଳଦ ଟଣା ଯନ୍ତ୍ରପାତି ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି I ଅମଳ ପରବର୍ତ୍ତୀ କୃଷି ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ଉମା ଶଙ୍କର ପାଲ ଅନେକ ଫସଲର ଅମଳ ପରର କାମ ପାଇଁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ତଥା ଅମଳପରେ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥର ପ୍ରସ୍ତୁତି ବିଷୟରେ ବିଷଦ ଭାବରେ ବୁଝାଇଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details