ଓଡିଶା

odisha

By

Published : Mar 8, 2021, 9:22 PM IST

ETV Bharat / state

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁ ଲିଭାଇବାକୁ ବନ ବିଭାଗର ପ୍ରୟାସ ଜାରି

ନୟାଗଡ଼ ଜିଲ୍ଲାର ଏକାଧିକ ଜଙ୍ଗଲକୁ ମାଡ଼ି ଗଲାଣି ନିଆଁ । ହୁ ହୁ ହୋଇ ଜଳୁଛି ପୂରା ଜଙ୍ଗଲ । ଏହାର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଜାଣିଶୁଣି ନିଆଁ ଲଗାଯାଉଛି। ଅଧିକ ପଢ଼ନ୍ତୁ...

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁକୁ ଲିଭାଇବାକୁ ବନ ବିଭାଗର ପ୍ରୟାସ ଜାରି
ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁକୁ ଲିଭାଇବାକୁ ବନ ବିଭାଗର ପ୍ରୟାସ ଜାରି

ନୟାଗଡ଼: ନୟାଗଡ଼ ଜିଲ୍ଲାର ଏକାଧିକ ଜଙ୍ଗଲକୁ ମାଡ଼ି ଗଲାଣି ନିଆଁ । ହୁ ହୁ ହୋଇ ଜଳୁଛି ପୂରା ଜଙ୍ଗଲ । ଏହାର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଜାଣିଶୁଣି ନିଆଁ ଲଗାଯାଉଛି। ବନ୍ୟାଜନ୍ତୁଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଯାଉଥିବା ସନ୍ଦେହ କରାଯାଉଛି।

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁକୁ ଲିଭାଇବାକୁ ବନ ବିଭାଗର ପ୍ରୟାସ ଜାରି

ଜିଲ୍ଲାର ବହୁ ସ୍ଥାନରେ ଏମିତି ଜଙ୍ଗଲ ଜଳୁଛି l ସ୍ଥିତି ଏପରି ହୋଇଛି ଯେ, ଜଙ୍ଗଲ ନିଆଁ ର ପ୍ରଭାବରେ ଧୂଆଁ ସୃଷ୍ଟି ହୋଇଛି l ସତେ ଯେମିତି କୁହୁଡ଼ି ପଡ଼ିଛି । ନିଆଁ ଲିଭାଇବାକୁ ନୟାଗଡ଼ ବନ ଖଣ୍ଡ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । ତଥାପି ନିଆଁକୁ ନିୟନ୍ତ୍ରଣାଧିନ କରିବା ମୁସ୍କିଲ ହୋଇ ପଡ଼ିଛି।ଜଳିବା ଥମୁନାହିଁ। ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରହିଥିବା କହିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି।

କେବଳ ନୟାଗଡ଼ ନୁହେଁ ସିମିଳିପାଳ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏହି ନିଆଁକୁ ଆୟତ୍ତ କରିବାକୁ ରାଜ୍ୟ ସରକାର ଓଡରାଫ ଟିମକୁ ଦାୟିତ୍ବ ଦେଇଛନ୍ତି। ଏହି ଟିମ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବ। ଏହାସହ ଏଥିପାଇଁ ଏକ ଟାସ୍କଫୋର୍ସ ମଧ୍ୟ ଗଠିତ ହୋଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details