ଓଡିଶା

odisha

By

Published : Jan 18, 2022, 11:10 AM IST

Updated : Jan 18, 2022, 12:14 PM IST

ETV Bharat / state

panchayat election: ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ଦେଖାନାହାନ୍ତି ବିଜେଡ଼ି-ବିଜେପି ପ୍ରାର୍ଥୀ

election strategy in nayagarh
panchayat election: ଟିକେଟ ପାଇଁ ଦ୍ବନ୍ଦରେ ବିଜେପି, ବିଜେଡି

11:24 January 18

କଳାହାଣ୍ଡିରେ ଜିଲ୍ଲା ପରିଷଦ ଆସନରୁ ଦାଖଲ ହୋଇନି ନାମାଙ୍କନ ପତ୍ର

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। କଳାହାଣ୍ଡି ଜିଲ୍ଲାରେ ସୋମବାର ୩୬ଟି ଜିଲ୍ଲା ପରିଷଦ ଆସନରୁ କୌଣସି ଆସନରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ଭବାନୀପାଟଣା ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜିଲ୍ଲା ପରିଷଦ ପାଇଁ ୫ ସେଟ ନାମାଙ୍କନ ପତ୍ର ନିଆଯାଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ସଭା କାର୍ଯ୍ୟାଳୟରେ ୧୦ଟି ସେଟ ଜିଲ୍ଲା ପରିଷଦ ନାମାଙ୍କନପତ୍ର ନିଆଯାଇଛି। ହେଲେ ଏଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପୂରଣ କରି ଦାଖଲ କରି ନାହାଁନ୍ତି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ୨୭ଟି ଏବଂ ନର୍ଲାରେ ୭ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଧର୍ମଗଡ଼ ବ୍ଲକରେ ୩୦ ଜଣ ଗ୍ରାମ ପଞ୍ଚାୟତ ସଭ୍ୟ, ୪ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ନାମା ଦାଖଲ କରିଥିଲେ। ଜୁନାଗଡ଼ ବ୍ଲକରେ ମଧ୍ୟ ୬୧ ଜଣ ୱାର୍ଡ ସଭ୍ୟ, ୫ ଜଣ ସରପଞ୍ଚ ପଦବି ପାଇଁ ନାମାଙ୍କନ ଦାଖଲ କରିଥିଲେ। ମଦନପୁର ରାମପୁର ବ୍ଲକରେ ୧୧ ଜଣ ୱାର୍ଡ ସଭ୍ୟ, ଜଣେ ସରପଞ୍ଚ ଓ ୨ ଜଣ ସମିତି ସଭ୍ୟ, କୋକସରା ବ୍ଲକରେ ୧୬ ଜଣ ୱାର୍ଡ ସଭ୍ୟ, ୨ ଜଣ ସରପଞ୍ଚ, ଗୋଲାମୁଣ୍ଡା ବ୍ଲକରେ ୮୨ ଜଣ ୱାର୍ଡ ସଭ୍ୟ, ୫ ଜଣ ସରପଞ୍ଚ ଓ ୬ ଜଣ ସମିତି ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କର୍ଲାମୁଣ୍ଡା ବ୍ଲକରେ ୧୧ ଜଣ ୱାର୍ଡ ସଭ୍ୟ ଓ ଜଣେ ସରପଞ୍ଚ ନାମାଙ୍କନ ଦାଖଲ କରିଛନ୍ତି।

ଜୟପାଟଣା ବ୍ଲକରେ ୧୧ ଜଣ ୱାର୍ଡସଭ୍ୟ ଓ ୨ ଜଣ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି। ନର୍ଲା ବ୍ଲକରେ ୨୨ ଜଣ ୱାର୍ଡ ସଭ୍ୟ ଓ ୩ ଜଣ ସମିତି ସଭ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଲମପୁର ବ୍ଲକରେ ୧୦ ଜଣ ୱାର୍ଡ ସଭ୍ୟ ଓ ଜଣେ ସରପଞ୍ଚ, ଲାଞ୍ଜିଗଡ଼ ବ୍ଲକରେ ୨୦ ଜଣ ୱାର୍ଡ ସଭ୍ୟ, ୪ ଜଣ ସରପଞ୍ଚ , ଭବାନୀପାଟଣା ସଦର ବ୍ଲକରେ ୨୭ ଜଣ ୱାର୍ଡ ସଭ୍ୟ, ୬ ଜଣ ସରପଞ୍ଚ ଓ ୬ ଜଣ ସମିତି ସଭ୍ୟ, ଥୁଆମୂଳ ରାମପୁର ବ୍ଲକରେ ୧୧ ଜଣ ୱାର୍ଡ ସଭ୍ୟ ଜଣେ ସରପଞ୍ଚ ଆଜି(ମଙ୍ଗଳବାର) ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୩୪୨ ଜଣ ୱାର୍ଡ ସଭ୍ୟ, ୩୭ ଜଣ ସରପଞ୍ଚ, ୨୮ ଜଣ ସମିତି ସଭ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

09:31 January 18

ନୟାଗଡ଼ରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ, ବିଜେଡ଼ି, ବିଜେପି ପ୍ରାର୍ଥୀଙ୍କ ଦେଖା ନାହିଁ

panchayat election: ଟିକେଟ ପାଇଁ ଦ୍ବନ୍ଦରେ ବିଜେପି, ବିଜେଡି

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥୀ ଫର୍ମ ପୂରଣ ପ୍ରକ୍ରିୟାରେ ରାଜନୈତିକ ଦଳ ମଧ୍ୟରେ ଟଣାଓଟଣା ଦେଖାଦେଇଛି। ହେଲେ ନୟାଗଡ଼ ଜିଲ୍ଲାରେ ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ଦେଖାନାହିଁ l

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ସରଗରମ ସୃଷ୍ଟି ହୋଇଛି। ହେଲେ ନୟାଗଡ଼ ଜିଲ୍ଲାରେ ଟିକେଟକୁ ନେଇ ବିଜେପି ଓ ବିଜେଡି ଦ୍ବନ୍ଦରେ ପଡ଼ିଛନ୍ତି। ଉଭୟ ଦଳ ମଧ୍ୟରେ ଆଶାୟୀଙ୍କ ଲମ୍ବା ତାଲିକା ଥିବାରୁ ଟିକେଟ ବଣ୍ଟନ ହୋଇପାରୁନାହିଁ l ତେଣୁ ଜିଲ୍ଲାରେ ଏହି ଦୁଇ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି l

ଜିଲ୍ଲାରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l ସେହିପରି ନୟାଗଡ଼ ବ୍ଲକରେ ସର୍ବାଧିକ ୨୨ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି। ନୂଆଗାଁ ବ୍ଲକରେ ୨୧ ଜଣ ୱାର୍ଡ଼ ସଭ୍ୟ, ୨ ଜଣ ସରପଞ୍ଚ ପାର୍ଥୀ ନାମାଙ୍କନ ଦାଖଲ ହୋଇଛି। ସେହିଭଳି ଭାବେ ଦଶପଲ୍ଲା ବ୍ଲକରେ ୧୬ ୱାର୍ଡ଼ ସଭ୍ୟ, ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି l ଗଣିଆ ବ୍ଲକରେ ମଧ୍ୟ ୮ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଖଣ୍ଡପଡ଼ା ବ୍ଲକରେ ୪୦ ଜଣ ୱାର୍ଡ଼ ସଭ୍ୟ, କୋସକା ଗ୍ରାମପଞ୍ଚାୟତରୁ ଜଣେ ସମତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୪୨ ଜଣ ୱାର୍ଡ଼ ସଭ୍ୟ, ୩ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରଣପୁର ବ୍ଲକରେ ୨୩ ଜଣ ୱାର୍ଡ଼ସଭ୍ୟ, ୮ ଜଣ ସରପଞ୍ଚ ପାର୍ଥୀ, ଜଣେ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି l ଓଡ଼ଗାଁ ବ୍ଲକରେ ୪୭ ଜଣ ୱାର୍ଡ଼ସଭ୍ୟ, ୨ ଜଣ ସରପଞ୍ଚ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ କଂଗ୍ରେସ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଓଡଗାଁ ବ୍ଲକର ଜୋନ ନମ୍ବର ୧ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩ ନମ୍ବର ଜୋନ ପାଇଁ ସସ୍ମିତା ଦାଶ ତାଙ୍କର ପ୍ରାର୍ଥୀପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି | ସୂଚନା କ୍ରମେ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ଗଣିଆ ପାଇଁ ଚିନ୍ମୟୀ ବେହେରା କଂଗ୍ରେସରୁ ଟିକେଟ ପାଇଥିବା ବେଳେ ନାମାଙ୍କନ ଦାଖଲ କରିନାହାନ୍ତି |

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 18, 2022, 12:14 PM IST

ABOUT THE AUTHOR

...view details