ନୟାଗଡ଼: କୋଭିଡ଼ ନିୟମ ଉଲଙ୍ଘନ କରି ହୋଟେଲରେ ପାଳନ ହେଲା ବିବାହ ଉତ୍ସବ । ପ୍ରାୟ 1ହଜାର ଲୋକଙ୍କୁ ନେଇ ପାଳିତ ହେଉଥିଲା ଏହି ଉତ୍ସବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ନିକଟରେ ଥିବା ହୋଟେଲ୍ ପରିସରରେ । ଏହି ହୋଟେଲରେ ଧୁମଧାମରେ ପାଳିତ ହେଉଥିଲା ବିବାହ ଉତ୍ସବ ।
ଟାଙ୍ଗୀର ଜନୈକ ଯୁବକଙ୍କ ବିବାହ ଉତ୍ସବ ଚାଲିଥିଲାବେଳେ କୋଭିଡ ନିୟମକୁ ଫୁ କରି ବିନା ଅନୁମତିରେ ହୋଇଥିଲା ବାହାଘର । ଅନେକ ଲୋକଙ୍କ ମୁହଁରେ ମାସ୍କ ନଥିଲା କି ପାଳନ କରାଯାଇନଥିଲା ସାମାଜିକ ଦୂରତ୍ବ ନିୟମ । ଉକ୍ତ ହୋଟେଲର ମାଲିକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସରପଞ୍ଚ ବିଷ୍ଣୁପ୍ରିୟା ବଳିୟାରସିଂହଙ୍କ ସ୍ଵାମୀ ପୀୟୂଷ ପରିଡ଼ା ।