ଓଡିଶା

odisha

By

Published : Dec 20, 2021, 4:48 PM IST

ETV Bharat / state

ଭୂତକୋଠି ପାଲଟିଛି ନୟାଗଡ଼ ଚିନିକଳ: ନୂଆ ଚିନିକଳ ସ୍ଥାପନ ପାଇଁ କଂଗ୍ରେସର ଦାବି

ନୟାଗଡ଼ର ହଜାରହଜାର ଚାଷୀଙ୍କ ଜୀବନରେଖା ଚିନିକଳ ଏବେ ଭୂତକୋଠିରେ ପରିଣତ ହୋଇଛି l ଏହାକୁ ନେଇ ନୟାଗଡ଼ରେ ନୂଆ ଏକ ଚିନିକଳ ପ୍ରତିଷ୍ଠା କରିବା ପାଇଁ କଂଗ୍ରେସ ଦାବି କରିଛି । ଅଧିକ ପଢ଼ନ୍ତୁ

ଭୁତକୋଠି ପାଲଟିଛି ନୟାଗଡ଼ ଚିନିକଳ: ନୂଆ ଚିନିକଳ ସ୍ଥାପନ ପାଇଁ କଂଗ୍ରେସର ଦାବି
ଭୁତକୋଠି ପାଲଟିଛି ନୟାଗଡ଼ ଚିନିକଳ: ନୂଆ ଚିନିକଳ ସ୍ଥାପନ ପାଇଁ କଂଗ୍ରେସର ଦାବି

ନୟାଗଡ଼: ନୟାଗଡ଼ର ହଜାରହଜାର ଚାଷୀଙ୍କ ଜୀବନରେଖା ଚିନିକଳ ଏବେ ଭୂତକୋଠିରେ ପରିଣତ ହୋଇଛି l କଂଗ୍ରେସ ସରକାର ସମୟରେ ନୟାଗଡ ଜିଲ୍ଲାରେ ସ୍ଥାପନ ହୋଇଥିଲା ଚିନିକଳ l ହଜାରହଜାର ଚାଷୀଙ୍କ ଜୀବନରେଖା ଥିଲା ନୟାଗଡ଼ର ଚିନିକଳ l କିନ୍ତୁ ତାହା ଏବେ ଭୂତ କୋଠି ପାଲଟିଛି l ଫଳରେ ଚାଷୀ ନିଜ ଜୀବନଜୀବିକା ହରାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ନୟାଗଡ଼ରେ ନୂଆ ଏକ ଚିନିକଳ ପ୍ରତିଷ୍ଠା କରିବା ପାଇଁ କଂଗ୍ରେସ ଦାବି କରିଛି ।

ଭୁତକୋଠି ପାଲଟିଛି ନୟାଗଡ଼ ଚିନିକଳ: ନୂଆ ଚିନିକଳ ସ୍ଥାପନ ପାଇଁ କଂଗ୍ରେସର ଦାବି

ସୋମବାର ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏହି ଦାବିକୁ ମଧ୍ୟ ଶାଣିତ କରିଛନ୍ତି । ପାଣିପୋଇଲା ସ୍ଥିତ ରୁଗ୍‌ଣ ଚିନିକଳକୁ ପରିଦର୍ଶନ କରି ଏହା ନୟାଗଡ଼ ପାଇଁ କଂଗ୍ରେସର ତାଜମହଲ ଥିଲା ବୋଲି ମତ ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ l

ଅଧିକ ଆଖୁ ପେଡ଼ିବା କ୍ଷମତା ବିଶିଷ୍ଟ ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ଜିଲ୍ଲା କଂଗ୍ରେସ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି କହିଛନ୍ତ ଚେଲ୍ଲା କୁମାର । ଏଥିପାଇଁ ସରକାରଙ୍କ ପାଖରେ ଲିଖିତ ଦାବି ଜଣାଇବା ସହ ଆବଶ୍ୟକ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି କଂଗ୍ରେସର ପ୍ରତିନିଧି ଦଳ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details