ଓଡିଶା

odisha

By

Published : Dec 6, 2021, 2:43 PM IST

ETV Bharat / state

ଗାଁରେ ଗୋଷ୍ଠୀ ସଂଘର୍ଷ ନେଇ ବୋମା ମାଡ଼ ଘଟଣା, ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସର ଉଦ୍ୟମ

ବାହାଘର ଭୋଜିବେଳେ ବରଯାତ୍ରୀଙ୍କ ଉତ୍ପାତକୁ ନେଇ ନୟାଗଡ଼ ନୂଆରାଇପୁର ଓ ଡାଳିଆମଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଗାଁରେ ବୋମା ମାଡ଼ ଘଟଣା l ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ l ଅଧିକ ପଢନ୍ତୁ

ଗାଁରେ ଗୋଷ୍ଠୀ ସଂଘର୍ଷ ନେଇ ବୋମା ମାଡ଼ ଘଟଣା, ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସର ଉଦ୍ୟମ
ଗାଁରେ ଗୋଷ୍ଠୀ ସଂଘର୍ଷ ନେଇ ବୋମା ମାଡ଼ ଘଟଣା, ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସର ଉଦ୍ୟମ

ନୟାଗଡ଼: ବାହାଘର ଭୋଜିବେଳେ ବରଯାତ୍ରୀଙ୍କ ଉତ୍ପାତକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ପରେ ବୋମା ମାଡ଼ । ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ l ଅଶାନ୍ତ ଗାଁକୁ ଶାନ୍ତି କମିଟି ଦ୍ବାରା ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କରୁଛି ଉଦ୍ୟମ l ଗାଁରେ ପୋଲିସ ଛାଉଣୀ ହୋଇଥିବାବେଳେ ଅନେକ ପୁରୁଷ ଗାଁ ଛାଡି ଫେରାର ହୋଇଛନ୍ତି l

ଗାଁରେ ଗୋଷ୍ଠୀ ସଂଘର୍ଷ ନେଇ ବୋମା ମାଡ଼ ଘଟଣା, ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସର ଉଦ୍ୟମ

ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନୂଆରାଇପୁର ଓ ଡାଳିଆମଡ଼ା ଗାଁ ଭିତରେ ଗତ ଗୁରୁବାର ବାହାଘରବେଳେ ଭୋଜିରେ ବାଲି ପକାଇବାକୁ ନେଇ ଉଭୟ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ଗାଁରେ ବୋମା ପକାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିବାବେଳେ ଅନ୍ୟ ଗାଁର ଲୋକେ ଢେଲା ଓ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ନୟାଗଡ଼ ସଦର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଗ୍ରାମରେ 10ଟି ବୋମା ମାଡ ଯୋଗୁଁ 4 ଜଣ ଆହତ ହୋଇଥିଲେ l ଏହି ଘଟଣାକୁ ନେଇ ଉଭୟ ଗାଁ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ 4 ଆହତଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଉଭୟ ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି l ପୋଲିସ ଶାନ୍ତି କମିଟି ଗଠନ କରି ଆପୋଷ ବୁଝାମଣା ପାଇଁ ଚେଷ୍ଟା କରୁଛି l କୌଣସି ଅଘଟଣକୁ ରୋକିବା ପାଇଁ ଗାଁ ସାରା ପୋଲିସ ଛାଉଣୀ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details