ଓଡିଶା

odisha

By

Published : Sep 7, 2022, 10:24 PM IST

ETV Bharat / state

ଶିକ୍ଷକ ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲା ଖର୍କି ଗ୍ରାମ ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

teacher appointment problem in nabarangpur
ଶିକ୍ଷକ ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ନବରଙ୍ଗପୁର: ଶିକ୍ଷକ ବଦଳି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ଅନ୍ୟ ଏକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା ମଙ୍ଗଳ ବିଭାଗ। କିଛି ସମୟ ବ୍ୟବଧାନରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ବଦଳି କରି ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗକୁ ନେଇ ଶତାଧିକ ଗ୍ରାମବାସୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖର୍କି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଦଳିକୁ ନେଇ ବିରୋଧ କରାଯାଇଛି।

ଶିକ୍ଷକ ବଦଳି ପ୍ରତିବାଦ

ପୂର୍ବତନ ପ୍ରଧାନ ଶିକ୍ଷକ ଫ୍ରାନସିସ ନାଗଙ୍କ ବଦଳିକୁ ନେଇ ଦୁଇ ଦିନ ପୂର୍ବେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପ୍ରତିବାଦ କରିଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି କରା ନଗଲେ ବିଦ୍ୟାଳୟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଭୋ ଭୋ କାନ୍ଦି ପକାଇଥିଲେ ଛାତ୍ରଛାତ୍ରୀ । ଫ୍ରାନସିସ ନାଗ ବହୁ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିଲେ । ବର୍ତ୍ତମାନ ମଙ୍ଗଳ ବିଭାଗ ତାଙ୍କୁ ଉମରକୋଟ ବ୍ଲକକୁ ବଦଳି କରିଛି । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ନିଯୁକ୍ତି ମିଳିବାର ଅଳ୍ପ ସମୟ ବ୍ୟବଧାନରେ ପୁନଃ ବଦଳି କରି ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଫଳ ସ୍ୱରୂପ ଶତାଧିକ ଗ୍ରାମବାସୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଦାବିପତ୍ର ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ନିର୍ଯାତନା ସହିନପାରି ଘରକୁ ଫେରିଲେ ପୀଡ଼ିତ

ଏନେଇ ଗ୍ରାମବାସୀ କହିଛନ୍ତି, "କୌଣସି କାରଣରୁ ନବ ନିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ବିରୋଧ କରି ବଦଳି କରାଯାଇଛି। ତେବେ ଉକ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛି ।" ଉକ୍ତ ଶିକ୍ଷକ ଜଣେ ନିଷ୍ଠାବାନ ବ୍ୟକ୍ତି ସହ ଭଲ ଶିକ୍ଷକ ଏବଂ ସରକାରଙ୍କ ଦ୍ବାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ତୁରନ୍ତ ସେହି ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଗ୍ରାମବାସୀ ଏବଂ ସ୍କୁଲ ପରିଚାଳନା କମିଟି ଦାବି କରିଛି। ବାରମ୍ବାର ଶିକ୍ଷକ ବଦଳାଇବା ଯୋଗୁଁ ପିଲାଙ୍କ ପାଠପଢ଼ା ଉପରେ ବିଶେଷ ପ୍ରଭାବ ପକାଇଛି। ବିଦ୍ୟାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରିବା କେତେଦୂର ଠିକ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details