ଓଡିଶା

odisha

By

Published : Jan 3, 2020, 9:03 PM IST

ETV Bharat / state

କୋଷାଗୁମୁଡା ନାବାଳିକା ହତ୍ୟା ମାମଲାରେ 2 ଅଭିଯୁକ୍ତ ଗିରଫ

କୋଷାଗୁମୁଡା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ନବରଙ୍ଗପୁର ଏସପିଙ୍କ ପ୍ରେସମିଟ। ସମ୍ପୂର୍ଣ୍ଣ ଘଟଣାର କଲେ ପର୍ଦ୍ଦାଫାସ। ଅଧିକ ପଢ଼ନ୍ତୁ...

Alleged gang rape and murder, kosagumuda minor girl, 2 person have been arrested, କୋଷାଗୁମୁଡା ନାବାଳିକା ହତ୍ୟା ମାମଲା, ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ନବରଙ୍ଗପୁର ଏସପିଙ୍କ ପ୍ରେସମିଟ
କୋଷାଗୁମୁଡା ନାବାଳିକା ହତ୍ୟା ମାମଲାରେ 2 ଅଭିଯୁକ୍ତ ଗିରଫ

ନବରଙ୍ଗପୁର: ଜିଲ୍ଲାର ବହୁ ଚର୍ଚ୍ଚିତ କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ପୋଲିସ ଏସପିଙ୍କ ପ୍ରେସମିଟ। ପ୍ରେସମିଟରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ନବରଙ୍ଗପୁର ପୋଲିସ। ଘଟଣାରେ ଜଡ଼ିତ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜଣାଇଛନ୍ତି ଏସପି।

କୋଷାଗୁମୁଡା ନାବାଳିକା ହତ୍ୟା ମାମଲାରେ 2 ଅଭିଯୁକ୍ତ ଗିରଫ

ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ କୋଡ଼ପାଡ଼ ବ୍ଲକ ଖାଡି ଭତ୍ରା ଓ ଗୁମଣ୍ଡଳୀ ଗ୍ରାମର ବଳି ମାଝୀ ବୋଲି ସୂଚନା ରହିଛି। ଅଭିଯୁକ୍ତ ନାବାଳିକାଙ୍କୁ ତଣ୍ଟି ଚିପି ମାରିଥିବା ଜଣାପଡିଛି। ତଦନ୍ତ ଜାରି ରହିଛି, ଭବିଷ୍ୟତରେ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି ଏସପି। ନାବାଳିକା ସହ ଦୁଷ୍କର୍ମ ହୋଇନଥିବା ସୂଚନା ଦେଇଛନ୍ତି ଏସପି ନିତିନ କୁଶଲକର।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details