ଓଡିଶା

odisha

By

Published : Aug 15, 2019, 9:53 AM IST

ETV Bharat / state

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଓ ବ୍ୟାନର, ସ୍ବାଧୀନତା ଦିବସକୁ ବିରୋଧ

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଓ ବ୍ୟାନର, ସ୍ବାଧୀନତା ଦିବସକୁ ବିରୋଧ । ଅଗଷ୍ଟ ୧୫ କୁ ପାଳନ ନ କରିବାକୁ ଆହ୍ବାନ ଦେବାସହ ଚେତାବନୀ ଦିଆଯାଇଛି । ମେନପୁର ମାଓ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଆଜି ପୁଣିଥରେ ନବରଙ୍ଗପୁର ଜିଲ୍ଲାରେ ଚେତାବନୀ ଜାରି କରିଛନ୍ତି ମାଓବାଦୀ । ଚନ୍ଦହାଣ୍ଡି ବ୍ଳକର ଫଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଟଙ୍ଗା ଯାଇଛି ମାଓ ପୋଷ୍ଟର । ଅଗଷ୍ଟ ୧୫ କୁ ପାଳନ ନ କରିବାକୁ ଆହ୍ବାନ ଦେବାସହ ଚେତାବନୀ ଦିଆଯାଇଛି । ମେନପୁର ମାଓ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ଯାଇଛି ।

ସିପିଆଇ (ମାଓବାଦୀ) ନକ୍ସଲ ସ୍ବାଧୀନତା ଦିବସକୁ ପାଳନ ନ କରିବାକୁ ଡାକରା ଦେଇଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ନକ୍ସଲଙ୍କ ନାଲି ବ୍ୟାନର। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଓ ବ୍ୟାନର, ସ୍ବାଧୀନତା ଦିବସକୁ ବିରୋଧ ।ସୂଚନା ମୁତାବକ ପୋଷ୍ଟରରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ଅବେହେଳା କରୁଥିବା ନେଇ ଉଲ୍ଲେଖ ରହିଛି । ସୀମାନ୍ତ ଗାଁ ଗୁଡିକୁ ରାସ୍ତା, ସ୍କୁଲ, ପାନୀୟ ଜଳ ଓ ଆଦିବାସୀଙ୍କୁ ଜମିପଟା ଦିଆଯାଉ ନଥିବାରୁ ଆଦିବାସୀଙ୍କ ପାଇଁ ଲଢେଇ କରୁଥିବା ଉଲ୍ଲେଖ ରହିଛି

ଗତକାଲି ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ କଳା ପୋଷ୍ଟର ଲଗାଇ ସ୍ବାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details