ଓଡିଶା

odisha

By

Published : Mar 12, 2020, 2:46 PM IST

ETV Bharat / state

ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ଅଟକିଲା 7 ବାଲ୍ୟ ବିବାହ

ନାବାଳିକା ବିବାହକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଗୋଟିଏ ଦିନରେ ଏକକାଳୀନ 7ଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ ।

Nabarangpur district administration in action mode, child marriage in nabarangpur, nabarangpur latest news, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ନବରଙ୍ଗପୁରରେ ବାଲ୍ୟ ବିବାହ
ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ଅଟକିଲା 7 ବାଲ୍ୟ ବିବାହ

ନବରଙ୍ଗପୁର: ଆକ୍ସନ ମୋଡରେ ନବରଙ୍ଗପୁର ପ୍ରଶାସନ । ନାବାଳିକା ବିବାହକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ । ଗୋଟିଏ ଦିନରେ ଏକକାଳୀନ 7ଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ନାବାଳିକା ବିବାହ ଅନୁଷ୍ଠିତ ହେଉଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏହି ନାବାଳିକା ବିବାହକୁ ରୋକିବା ପାଇଁ ବିଭିନ୍ନ ଟିମ କରି ଅତର୍କିତ ଚଢାଉ କରିବା ସହ ବିବାହ ରୋକିବାରେ ସଫଳ ହୋଇଛି ।

ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ଅଟକିଲା 7 ବାଲ୍ୟ ବିବାହ

ନାବାଳିକା ବିବାହ ରୋକିବାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଜିଲ୍ଲାରେ ଥମିବାର ନାମ ନେଉନାହିଁ ବାଲ୍ୟ ବିବାହ ପ୍ରଥା । ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ 7ଟି ବାଲ୍ୟ ବିବାହକୁ ରୋକିବାରେ ସକ୍ଷମ ହୋଇଛି ଜିଲ୍ଲା ପ୍ରଶାସନ । ପାପଡାହାଣ୍ଡିରେ 3, ନନ୍ଦାହାଣ୍ଡିରେ 4 ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ 7ଟି ନାବାଳିକା ବିବାହକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ ।

ସେଥିମଧ୍ୟରୁ କେତୋଟି ବିବାହ ଦିନ ଦ୍ବିପ୍ରହରେ ହେଉଥିଲା ତ ଆଉ କୋତୋଟି ରାତିରେ ଚାଲିଥିଲା । ଠିକ୍‌ ଏହି ସମୟରେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଟିମ ଗଠନ କରାଯାଇ ଚଢାଉ କରାଯାଇଥିଲା । ଏହି ଚଢାଉରେ ନାବାଳିକାଙ୍କ ପରିବାର ଲୋକଙ୍କୁ ବାଲ୍ୟ ବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ବୁଝାଇଥିଲା ଟିମ୍‌ । ପରେ ସମ୍ପୃକ୍ତ ପରିବାର ଲୋକେ ମଧ୍ୟ ଆଇନ ବିଷୟରେ ସଚେତନ ହୋଇ ଏହି ବିବାହଗୁଡିକୁ ନ କରିବା ପାଇଁ ନିଷ୍ପତ୍ତି ନେଇ ବିବାହ ରୋକିଛନ୍ତି ।

ଝିଅ ମାନେ ପ୍ରାପ୍ତ ବୟସ୍କା ହେବା ପରେ ସେମାନଙ୍କ ବିବାହ କରିବା ପାଇଁ ବନ୍ଧୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଶାସନ ନିକଟରେ ସତ୍ୟପାଠ କରାଇଥିଲେ । ଯଦି ପୁନର୍ବାର ଏଭଳି ପ୍ରାପ୍ତ ବୟସ ହେବା ପୂର୍ବରୁ ନାବାଳିକାର ବିବାହ ଉଦ୍ୟମ କରାଯାଏ ତେବେ ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡ ପ୍ରଦାନ କରାଯିବ ବୋଲି ଚେତାଇ ଦିଆଯାଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details