ଓଡିଶା

odisha

By

Published : Nov 27, 2020, 11:00 PM IST

ETV Bharat / state

କାୟକଳ୍ପ ଟିମର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କାୟକଳ୍ପ ଟିମ । ସ୍ବଚ୍ଛତା ଉପରେ ଦେଲେ ଗୁରୁତ୍ବ । ଅଧିକ ପଢନ୍ତୁ...

କାୟକଳ୍ପ ଟିମର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
କାୟକଳ୍ପ ଟିମର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କାୟକଳ୍ପ ଟିମ । ଚିକିତ୍ସାଳୟରେ ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ତଥା ଆନୁଷଙ୍ଗିକ ସୁବିଧା ସୁଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଚିକିତ୍ସାଳୟକୁ କାୟକଳ୍ପ ସାର୍ଟିଫିକେଟ ପୁରସ୍କାର ପ୍ରଦାନ କରାଯାଉଛି । ପୁରସ୍କାର ପ୍ରଦାନ ପୂର୍ବରୁ ବିଭିନ୍ନ ଟିମ ଚିକିତ୍ସାଳୟଗୁଡିକୁ ବୁଲି ଯାଞ୍ଚ କରୁଥିବା ବେଳେ ଶୁକ୍ରବାର ସରକାରଙ୍କ ଦ୍ବାରା ନିଯୁକ୍ତ କାୟାକଳ୍ପ ଟିମ ନବରଙ୍ଗପୁର ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

କାୟକଳ୍ପ ଟିମର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଟିମ ପରିଦର୍ଶନ ସମୟରେ 7 ଟି ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷକରି ସ୍ବଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏହି ଟିମ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ଏବଂ ଅନ୍ୟ ସାଧାରଣ ବିଭାଗରେ ବୁଲି ବୁଲି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଛି । ଏହି ସମୟରେ ଚିକିତ୍ସାଳୟରେ ଅନେକ କ୍ଷେତ୍ରରେ ଉନ୍ନତି ଘଟିଥିବା ବେଳେ ପରିଷ୍କାର ପରିଚ୍ଛନତାରେ ସାମାନ୍ୟ ଅବହେଳା କରାଯାଉଥିବା ଟିମ ମୁଖ୍ୟ ପ୍ରକାଶ କରିଛନ୍ତି ।

ଚିକିତ୍ସାଳୟରେ ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଗତ ଦୁଇ ମାସ ଧରି ଲିଫ୍ଟ ବନ୍ଦ ରହୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଖୁବଶୀଘ୍ର ଏହାର ମରାମତି ହେବା ନେଇ ଟିମ ମୁଖ୍ୟ କହିଛନ୍ତି । ଏହାସହ ରାତ୍ରିକାଳରେ କୌଣସି ଡାକ୍ତର କାର୍ଯ୍ୟରେ ରହୁନଥିବା ଓ ମେଡିକାଲ କର୍ମଚାରୀଙ୍କ ବ୍ୟବହାରରେ ଶାଳୀନତା ରହୁନଥିବା ଅଭିଯୋଗ ହେଉଥିବା ବେଳେ ଏହାର ଯାଞ୍ଚ କରାଯିବା ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details