ଓଡିଶା

odisha

By

Published : Jan 7, 2020, 12:21 PM IST

ETV Bharat / state

ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ ପରିଦର୍ଶନ

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଏସପି ନିତିନ କୁଶଲକର ଅଚାନକ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କଲେ । ଶୀତ ରାତିରେ ମେଡିକାଲ ରୋଗୀଙ୍କ ବାସ୍ତବ ସ୍ଥିତି ପରଖିଲେ ।

ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ନବଙ୍ଗପୁର ମୁଖ୍ୟଚିକିତ୍ସାଳୟ ପରିଦର୍ଶନ
ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ନବଙ୍ଗପୁର ମୁଖ୍ୟଚିକିତ୍ସାଳୟ ପରିଦର୍ଶନ


ନବରଙ୍ଗପୁର: ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଏସପି ନିତିନ କୁଶଲକର ହଠାତ ରାତିରେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୀତ ରାତିରେ ମେଡିକାଲରେ ଥିବା ରୋଗୀଙ୍କ ବାସ୍ତବ ସ୍ଥିତି ପରଖିଥିଲେ ।

ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ନବଙ୍ଗପୁର ମୁଖ୍ୟଚିକିତ୍ସାଳୟ ପରିଦର୍ଶନ


ପ୍ରବଳ ଶୀତ ହେଉଥିବାରୁ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ଗରିବ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପ୍ରଥମେ କମ୍ବଳ ବଣ୍ଟିଥିଲେ । ଏହାପରେ ମେଡିକାଲରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ବ୍ୟବହାର ତଥା ଡାକ୍ତରଙ୍କ ଚିକିତ୍ସା କିଭଳି ରହିଛି ଓ ରୋଗୀମାନେ ଡାକ୍ତରଙ୍କ ବ୍ୟବହାର ଓ ଚିକିତ୍ସାରେ କେତେ ସନ୍ତୁଷ୍ଟ ଅଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ।


ଏହାସହ ମେଡିକାଲରେ ମାଗଣା ଔଷଧ ଯୋଗାଇ ଦିଆଯାଉଛି ନା ନାହିଁ ତାହା ରୋଗୀଙ୍କୁ ପଚାରି ବୁଝିଥିଲେ । ମେଡିକାଲରେ ସାହାଯ୍ୟ ଯୋଗାଇଦେବା ନାଁରେ କୌଣସି ଦଲାଲ ସକ୍ରିୟ ଅଛନ୍ତି କି ନା ଏବଂ ରୋଗୀଙ୍କ ଠାରୁ ଟଙ୍କା ଆଦାୟ ହେଉଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details