ଓଡିଶା

odisha

By

Published : Mar 1, 2020, 6:40 AM IST

ETV Bharat / state

ନବରଙ୍ଗପୁରରେ ବାଲ୍ୟ ବିବାହ ରୋକିଲେ ଶିଶୁ ମଙ୍ଗଳ ଅଧିକାରୀ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେ ଅଦାରୁ ଅଟକିଲା ବିବାହ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

aa
ନବରଙ୍ଗପୁରରେ ବାଲ୍ୟ ବିବାହରେ ରୋକିଲେ ଶିଶୁ ମଙ୍ଗଳ ଅଧିକାରୀ

ନବରଙ୍ଗପୁର: ଖୁବ ସୁନ୍ଦର ମଣ୍ଡପ ସଜା ହୋଇଛି, ବାହାଘର ଚାଲିଛି, ବର ଓ ବଧୁଙ୍କ ପରିବାର ଲୋକ ବହୁତ ଖୁସିରେ ଅଛନ୍ତି । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ଘରେ ଭିଡ଼ ଜମିଛି । ସମସ୍ତେ ବାହା ଦେଖୁଛନ୍ତି,ଠିକ ଏହି ସମୟରେ ଅଧାରୁ ଅଟକି ଗଲା ବାହାଘର । ବାହା ବେଦି ଛାଡି ଚାଲିଗଲେ ବର,ବଧୁ । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ନବରଙ୍ଗପୁରରେ ବାଲ୍ୟ ବିବାହରେ ରୋକିଲେ ଶିଶୁ ମଙ୍ଗଳ ଅଧିକାରୀ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଗ୍ରାମର ଚଲାନ ସାହିର ଚଇତୁ ଭାତରାଙ୍କ ବଡ ପୁଅ ଲକ୍ଷଣ ଭତରା ଓ ସେହି ଗ୍ରାମର ଚାଉଁରିଆ ଭଟ୍ଟା ସାହିର ଅନନ୍ତ ଗୌଡ଼ଙ୍କ ଝିଅ ହେମଲତା ଗୌଡ଼ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ପରିବାର ଲୋକ ଜାଣିବା ପରେ ଦୁଇଟି ପରିବାର ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଲକ୍ଷ୍ମଣ ଓ ହେମାଲତାଙ୍କ ପ୍ରେମକୁ ସ୍ବୀକୃତି ପ୍ରଦାନ କରି ଦୁହିଁଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ବାହାଘର ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ ହୋଇଥିଲା । ହେଲେ ବାହାଘର ସରିବାର ଠିକ କିଛି ସମୟ ପୂର୍ବରୁ ପହଞ୍ଚିଥିଲେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋଷାଗୁମୁଡ଼ା ସିଡିପିଓ ଓ କୋଡ଼ିଙ୍ଗା ପୋଲିସ ।

ବଧୂ ହେମଲତା ସାବାଳିକା ନୁହେଁ ତାକୁ ୧୬ ବର୍ଷ ହୋଇଥିବାରୁ ସେ ନାବାଳିକା । ତେଣୁ ବାହାଘର ହୋଇପାରିବ ନାହିଁ ବୋଲି କହି ବିବାହକୁ ଅଟକାଇ ଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତାର ଘୋର ଅଭାବ ହେଉ କିମ୍ବା ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଜିଲ୍ଲାରେ ନାବାଳିକା ମାନଙ୍କୁ ବାହାଘର କରିବାରକୁ ପ୍ରଥା ଏବେବି ଚାଲି ଆସିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି,ଇଟିଭି ଭାରତ

ABOUT THE AUTHOR

...view details