ଓଡିଶା

odisha

ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶ୍ବଶୁର ଗୁରୁତର

By

Published : Jun 13, 2022, 10:40 PM IST

ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶ୍ବଶୁର ଗୁରୁତର । ଅଧିକ ପଢ଼ନ୍ତୁ

ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶଶୁର ଗୁରୁତର
ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶଶୁର ଗୁରୁତର

ରାଇରଙ୍ଗପୁର: ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶ୍ବଶୁର ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ କୁଲଢିହା ଗ୍ରାମରେ । କୁଲଡ଼ିହା ଗ୍ରାମର ମାନସିଂ ମାରାଣ୍ଡିଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବୋହୂ ଛବିରାଣୀ ମାରାଣ୍ଡି କାମ କରିବା ପାଇଁ ଘର ବାହାରକୁ ଯିବା ସମୟରେ ହଠାତ୍ ଘରର ତାଜାଟି ଭୁଷୁଡି ପଡିଥିଲା ।

ନିର୍ମାଣଧୀନ ଘରର ତାଜା ‌ଭୁଷୁଡି ପୁତ୍ରବଧୂ ମୃତ, ଶଶୁର ଗୁରୁତର

ଏହି ଘଟଣାରେ ବୋହୂ ଛବିଙ୍କର ମୁଣ୍ଡ ଫାଟିବା ସହ ଶ୍ବଶୁରଙ୍କ ଗୋଡ଼ ଉପରେ ପଡ଼ି ଯାଇଥିଲା । ଘର ଓ ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଛବିରାଣୀଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ବାଦାମପାହାଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଗତ ୩ ମାସ ପୂର୍ବେ ମାନସିଂ ମାରାଣ୍ଡିଙ୍କ ପୁଅ ରାମଚନ୍ଦ୍ର ମାରାଣ୍ଡିଙ୍କ ସହ ଛବିରାଣୀଙ୍କର ବିବାହ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details