ଓଡିଶା

odisha

By

Published : Aug 23, 2021, 12:12 PM IST

ETV Bharat / state

ଶ୍ୱଶୁର ଘର ଗାଁରୁ ମିଳିଲା ଜ୍ବାଇଁର ମୃତଦେହ, ସଂସ୍କାର ପାଇଁ ଗାଁରେ ପୁରାଇ ଦେଲେନି ମୁଖିଆ

ରାସ୍ତା କଡରେ ପଡି ରହିଛି ମୃତଦେହ । ଗାଁ ଭିତରକୁ ମୃତଦେହକୁ ପୁରାଇ ଦେଲେନି ମୁଖିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ଟିଆଁସି ଗାଁ ନିକଟରେ । ଅଧିକ ପଢନ୍ତୁ...

ମୃତଦେହକୁ ମିଳିଲାନି ସମ୍ମାନ , ଶବ ବ୍ୟବଚ୍ଛେଦ ପରେ ହେଲିନି ଅନ୍ତିମ ସଂତ୍କାର
ମୃତଦେହକୁ ମିଳିଲାନି ସମ୍ମାନ , ଶବ ବ୍ୟବଚ୍ଛେଦ ପରେ ହେଲିନି ଅନ୍ତିମ ସଂତ୍କାର

ବାରିପଦା:ମୃତଦେହକୁ ମିଳିଲାନି ସମ୍ମାନ । ଘଣ୍ଟା ଘଣ୍ଟା ଧରି ରାସ୍ତାକଡରେ ପଡିରହିଲା ମୃତଦେହ । ମୃତଦେହକୁ ଗାଁରେ ପୁରାଇ ଦେଲେନି ଗାଁ ମୁଖିଆ । ଏନେଇ କାରଣ ବି ସ୍ପଷ୍ଟ ହୋଇନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଟିଆଁସି ଗାଁ ନିକଟରେ । ଭୋଳାଗଡ଼ିଆରୁ ଗଦିଗାଁକୁ ଯାଇଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ପଡି ରହିଥିଲା ମୃତଦେହ ।

ମୃତଦେହକୁ ମିଳିଲାନି ସମ୍ମାନ , ଶବ ବ୍ୟବଚ୍ଛେଦ ପରେ ହେଲିନି ଅନ୍ତିମ ସଂତ୍କାର

ଘଟଣାଟି ଥିଲା ଏମିତି । ଶୁକ୍ରବାର ଦିନ ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁର କାଳିଆ ନାଏକ କୁଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳି ନଥିଲା । କିନ୍ତୁ ରବିବାର ଦିନ ଶ୍ୱଶୁର ଘର ଗାଁ କୂଅରୁ ଉଦ୍ଧାର ହୋଇଥିଲା କାଳିଆଙ୍କ ମୃତଦେହ ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ଗାଁ ଭିତରକୁ ମୃତଦେହ ପୁରାଇ ଦେବାକୁ ଅନୁମତି ଦେଲେନି ଗାଁ ମୁଖିଆ । ଏନେଇ ମୃତକଙ୍କ ଶାଶୂ ମଧ୍ୟ ଅଭିଯୋଗ କରିଛନ୍ତି । ଫଳରେ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦିଆଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲେ ବି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଅନ୍ୟପକ୍ଷରେ ମୃତଦେହକୁ ଗାଁ ଭିତରକୁ କାହିଁକି ପଶିବା ପାଇଁ ଦିଆଗଲା ନାହିଁ ତାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୋଲିସର ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ABOUT THE AUTHOR

...view details