ଓଡିଶା

odisha

By

Published : Oct 12, 2022, 7:09 PM IST

ETV Bharat / state

ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବି । ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ମୟୂରଭଞ୍ଜ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀ ପେସା ଗ୍ରାମସଭା ପକ୍ଷରୁ ବିଶାଳ ଶୋଭାଯାତ୍ରା । ଅଧିକ ପଢନ୍ତୁ

ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବାରିପଦା:ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବି । ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଗଡଜାତ ସମୟରେ ରାଜ୍ୟ ଥିବା ମୟୁରଭଞ୍ଜ ଜିଲ୍ଲାକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦାବି କରିଛନ୍ତି ଆଦିବାସୀ । ଏନେଇ ଆଦିବାସୀ ପେସା ଗ୍ରାମସଭା ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗଡ଼ଜାତ ସମୟରେ ମୟୁରଭଞ୍ଜ ଜିଲ୍ଲା ନୁହେଁ ବରଂ ଏହା ସ୍ବତନ୍ତ୍ର ରାଜ୍ୟ ଥିଲା । ଆଉ ପୁରାତନ କାଳରେ ମୟୁରଭଞ୍ଜ ରାଜ୍ୟରୁ ଜିଲ୍ଲା ଭାବେ ପରିଣତ ହୋଇଥିବା ସମୟରେ ମାର୍ଜର ଏଗ୍ରିମେଣ୍ଟରେ ଏହା ଉଲ୍ଲେଖ ରହିଛି । ତେବେ ମାର୍ଜର ଏଗ୍ରିମେଣ୍ଟରେ ହୋଇଥିବା ଚୁକ୍ତି ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାକୁ କୌଣସି ସୁବିଧା ସୁଯୋଗ ମିଳି ନାହିଁ । ଆଉ ସେଥିପାଇଁ ପୁଣି ଥରେ ମୟୁରଭଞ୍ଜ ଜିଲ୍ଲା ନୁହେଁ ମୟୁରଭଞ୍ଜକୁ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ଦାବି କରିଛି ଆଦିବାସୀ ପେସା ଗ୍ରାମସଭା ସଂଗଠନ ।

ଆଜି ମୟୁରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ଜିଲ୍ଲାକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ସେମାନେ ନାରାବାଜି ଦେଇଥିଲେ । ଅନେକ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏହି ଶୋଭାଯାତ୍ରାରେ ସାମିଲ ହେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆନ୍ଦୋଳନ କରିଥିଲେ । ଏନେଇ ସଂଗଠନ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତେବେ ଆଦିବାସୀ ପେସା ଗ୍ରାମସଭା ସଂଗଠନର ଆହ୍ବାନକ୍ରମେ ଏହି ଆନ୍ଦୋଳନରେ ହଜାର ହଜାର ଆଦିବାସୀ ଏକଜୁଟ ହୋଇଥିଲେ ।

ଏନେଇ ଆଦିବାସୀ ପେସା ଗ୍ରାମସଭା ସଂଗଠନ ସମ୍ପାଦକ ନୁନା ରାମ ମୁର୍ମୁ କହିଛନ୍ତି "ଏହି ବିଶାଳ ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କି ମୟୂରଭଞ୍ଜ ଜିଲ୍ଲା ଏକ ସ୍ବତନ୍ତ୍ର ରାଜ୍ୟ ରହିଥିଲା । ତେବେ ପୁଣି ଥରେ ଏହାକୁ ରାଜ୍ୟର ମାନ୍ୟତା ଦିଆଯାଉ । ଏହା ଏକ ଆଦିବାସୀ ବହୁଳ ଜିଲ୍ଲା । ସମ୍ବିଧାନରେ ଆଦିବାସୀମାନଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧି ରହିଛି । ହେଲେ ରାଜ୍ୟ ସରକାର ଆମକୁ ଅବହେଳା କରିଆସିଛନ୍ତି । ଜିଲ୍ଲାର ତଥା ଆଦିବାସୀମାାନଙ୍କର ଅସୁବିଧା ସମ୍ପର୍କରେ ଆମେ ଅନେକ ଥର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଛୁ ହେଲେ କେହି ବି ଏହାକୁ କର୍ଣ୍ଣପାତ କରିନାହାଁନ୍ତି । ତେଣୁ ଆମେ ଚାହୁଁଛୁ ଏହି ଜିଲ୍ଲାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଉ । ଆଜିର ଶୋଭାଯାତ୍ରାରେ ସାମିଲ ହୋଇଥିବା ଜିଲ୍ଲାର କୋଣ ଅନୁକୋଣର ଆଦିବାସୀମାନେ ଏହି ଦାବି କରିଛନ୍ତି ଯେ ଏହି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦିଆଯାଉ ।"

ଇଟିଭି ଭାରତ, ବାରିପଦା

ABOUT THE AUTHOR

...view details