ଓଡିଶା

odisha

By

Published : Apr 11, 2021, 3:52 PM IST

ETV Bharat / state

ଡିବିରି ନିଆଁରୁ ଜଳି ସ୍ୱାମୀ-ସ୍ତ୍ରୀ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ପଞ୍ଚାୟତର ମିଟୁଆଣି ଗ୍ରାମରେ ନିଆଁରେ ପୋଡି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ନିଆଁରେ ପୋଡି ସ୍ୱାମୀ ଓ ସ୍ତ୍ରୀ ଗୁରୁତର
ନିଆଁରେ ପୋଡି ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ପଞ୍ଚାୟତର ମିଟୁଆଣି ଗ୍ରାମରେ ନିଆଁରେ ପୋଡି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣକୁ ପରିବାର ଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି ।

ନିଆଁରେ ପୋଡି ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ଗ୍ରାମର ଜଗମୋହନ ନାଏକ(୩୭)ଙ୍କ ସ୍ତ୍ରୀ ପାର୍ବତୀ ଘରେ ଏକ ଡିବିରିକୁ ଜାଳୁଥିବା ବେଳେ ଅସାବଧାନତା ବଶତଃ ପିନ୍ଧି ଥିବା ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ଶାଢୀରେ ନିଆଁ ଲାଗିବା ପରେ ସ୍ତ୍ରୀ ପାଟି କରିବାରୁ ସ୍ୱାମୀ ଜଗମୋହନ ନିଆଁ ଲିଭାଇଥିଲେ । ନିଆଁରେ ପୋଡି ହୋଇ ପାର୍ବତୀଙ୍କ ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ପୋଡି ହୋଇଥିବା ବେଳେ ସ୍ୱାମୀ ଜଗମୋହନର ଦୁଇଟି ହାତ ପୋଡି ଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details