ଓଡିଶା

odisha

By

Published : Mar 6, 2021, 10:28 PM IST

Updated : Mar 6, 2021, 10:40 PM IST

ETV Bharat / state

ଶିମିଳିପାଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହେଲେ ଛାତ୍ରଗୋଷ୍ଠୀ

୧୦ ଦିନରୁ ଊର୍ଦ୍ଧ୍ବ ହେବ ଅହରାତ୍ର ଜଳୁଛି ଶିମିଳିପାଳ । ନିଆଁ ଲିଭାଇବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଛାତ୍ର ଗୋଷ୍ଠୀ । ଅଧିକ ପଢନ୍ତୁ

ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଲେ ଛାତ୍ର ଗୋଷ୍ଠୀ
ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଲେ ଛାତ୍ର ଗୋଷ୍ଠୀ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ପ୍ରାୟ ସପ୍ତାହରୁ ଊର୍ଦ୍ଧ୍ବ ହେବ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି ବନବିଭାଗ । ଶିମିଳିପାଳ ଅଭୟାରଣ୍ୟରେ ଏବେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ସ୍ୱେଚ୍ଛାସେବୀଙ୍କ ସହ ଛାତ୍ରଗୋଷ୍ଠୀ ଏବଂ ପୋଲିସ ବିଭାଗର କର୍ମଚାରୀ ।

ଶିମିଳିପାଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହେଲେ ଛାତ୍ରଗୋଷ୍ଠୀ

ତେବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସୋସିଆଲ୍‌ ୱାର୍କ ବିଭାଗର ବଳଭଦ୍ର ମହାନ୍ତ, ଦୀପକ କୁମାର ମିଶ୍ର, ଅମିତ କୁମାର ସେନାପତି, ସନ୍ଦିପ କୁମାର ସାହୁ, ଶ୍ରୀକୁମାର ମଲ୍ଲିକ, ବିବେକ କୁମାର ବେହେରା, ରବୀନ୍ଦ୍ର କୁମାର ସାହୁଙ୍କ ଭଳି ଛାତ୍ରଗୋଷ୍ଠୀ କପ୍ତିପଦା ପଥରବଣୀ ନେଦାମ ଅଞ୍ଚଳକୁ ଯାଇ ଜଙ୍ଗଲ ନିଆଁ ଲିଭାଇବାର ପ୍ରୟାସ କରିଥିଲେ । ବିଭାଗୀୟ ମୁଖ୍ୟ ଶୁଭେନ୍ଦୁ କୁମାର ଶତପଥୀଙ୍କ ନେତୃତ୍ବରେ ଯାଇଥିବା ଉକ୍ତ ଛାତ୍ରଗୋଷ୍ଠୀଙ୍କ ସୂଚନା ଅନୁଯାୟୀ ଏବେବି ଜଙ୍ଗଲରେ ନିଆଁ ଜଳୁଛି ।

ବନ ବିଭାଗ ନିଆଁକୁ ଗୋଟିଏ ସ୍ଥାନରେ ଲିଭାଉ ଥିବାବେଳେ ଅନ୍ୟ ସ୍ଥାନରେ ସ୍ବତଃପ୍ରବୃତ୍ତ ଭାବେ ନିଆଁ ଲାଗୁଛି । ଅଧିକାଂଶ ସ୍ଥାନରେ ଜଙ୍ଗଲ ଏବେବି ନିଆଁ ଆଁରେ ରହିଛି । ତେବେ ୧୧ଶହରୁ ଅଧିକ କର୍ମଚାରୀ ନିଆଁ ଲିଭାରେ ଲାଗିଛନ୍ତି, ବିଶେଷ କରି ପୋଡ଼ାଡ଼ିହା ଓ ଠାକୁରମୁଣ୍ଡା ରେଞ୍ଜରେ ସର୍ବାଧିକ କ୍ଷତି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 6, 2021, 10:40 PM IST

ABOUT THE AUTHOR

...view details