ଓଡିଶା

odisha

By

Published : Dec 25, 2019, 9:16 PM IST

ETV Bharat / state

ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

ହାତୀ ଘଉଡେଇବା ପାଇଁ ନୂଆ ଜ୍ଞାନକୌଶଳ। ଗୁଡାଖୁ ଓ ଲଙ୍କାଗୁଣ୍ଡରେ ଘଉଡାଯିବ ହାତୀ।

_special technique elephant
ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

ରାଇରଙ୍ଗପୁର: ହାତୀ ଘଉଡେଇବା ପାଇଁ ନୂଆ ଜ୍ଞାନକୌଶଳ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ବଢୁଥିବାର ଖୋର୍ଦ୍ଧା ଜିଲ୍ଲାର ୱାଇଲ୍ଡ ଲାଇଫ୍ ରିସର୍ଚ ପର୍ସନ ବିପିନ ପ୍ରଧାନଙ୍କ ନୂଆ ଉପାୟ। ତମ୍ବାଖୁ ଓ ଲଙ୍ଗାଗୁଣ୍ଡରେ ହାତୀ ଘଉଡେଇବା କାର୍ଯ୍ୟ କରିଛନ୍ତି।

ପ୍ରାୟ ୨୫ ଦିନ ଧରି ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏହାସହ ଏଥିରେ 2ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ମଧ୍ୟ ହୋଇସାରିଲେଣି। ସେହିପରି ୨୦ରୁ ଅଧିକ ଘର ମଧ୍ୟ ହାତୀପଲ ଭାଙ୍ଗିଥିବା ଜଣାପଡିଛି। ଏତେ ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡେଇବା ପାଇଁ ସେପରି ତତ୍ପରତା ଦେଖାଉ ନ ଥିବାରୁ ବାରମ୍ବାର ଜନ ଆନ୍ଦୋଳନର ମୁଣ୍ଡ ଟେକୁଛି । ପୁଣି ଦୁଇ ଥର ରାସ୍ତା ଅବରୋଧ କରିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ କରାଯାଇପାରି ନଥିଲା । ଏହାପରେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ତୁରନ୍ତ ବଦଳି ସହ 8ଦିନ ମଧ୍ୟରେ କାର୍ଯ୍ୟ ନିର୍ବାହ କରିବାକୁ ଦାବି କରିଥିଲେ । ଯଦି ଏହାର ସମାଧାନ ନକରାଯାଏ ତେବେ ଆଗାମୀ ଦିନରେ ରାଜପଥ ଅବରୋଧ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ ।

ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେବା ସହ ବିପିନ ପ୍ରଧାନଙ୍କୁ ସାମିଲ କରିଛନ୍ତି । ବିନା ବାଣ, ବାଜା, ମଶାଲ ଓ ଲାଇଟରେ କେବଳ ଗୁଡାଖୁ ଓ ଲଙ୍କଗୁଣ୍ଡକୁ ମିଶାଇ ପ୍ଲାଷ୍ଟିକ ଗ୍ଲାସରେ ବିଭିନ୍ନ ସ୍ଥାନରେ ବାନ୍ଧିବା ଦ୍ବାରା ହାତୀ ଚାଲୁଯାଉଥିବା କଥା କହିଛନ୍ତି ସେ। ଏହି ନୂତନ ଜ୍ଞାନକୌଶଳରେ ହାତୀ ଘଉଡାଇବା ପାଇଁ ବନ ବିଭାଗ କେତେ ସଫଳ ହେଉଛି ନା ପୂର୍ବ ପରି ହାତୀ ଉପଦ୍ରଵ ଜାରି ରହୁଛି ତାହା ଦେଖିବାକୁ ବାକି ରହିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details