ଓଡିଶା

odisha

By

Published : Jun 16, 2022, 1:37 PM IST

ETV Bharat / state

Similipal Closed: ଆଜିଠୁ 4 ମାସ ଯାଏଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଠାରୁ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ଅଧିକ ପଢନ୍ତୁ

Shimlipal Sanctuary is closed from today
ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ରାଇରଙ୍ଗପୁର: ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଠାରୁ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଏସିଆ ମହାଦେଶର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ଜଳପ୍ରପାତ ସହିତ ଅତି ନିକଟରୁ ବନ୍ୟଜନ୍ତୁଙ୍କ ଦୃଶ୍ୟ ଦେଖି ଉପଭୋଗ କରିଥାନ୍ତି ପର୍ଯ୍ୟଟକ ।

ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ତେବେ ଆଗକୁ ବର୍ଷା ୠତୁକୁ ଦୃଷ୍ଟିରେ ରଖି ଯେପରି ପର୍ଯ୍ୟଟକ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି କିମ୍ବା ପ୍ରତି ବର୍ଷ ପରି କୌଣସି ଅଘଟଣ ନ ଘଟିବା ପାଇଁ ଏବର୍ଷ ମଧ୍ୟ ଶିମିଳିପାଳ ବନ୍ଦ । ଆଜି ଜୁନ୍ ୧୬ ତାରିଖରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ବନ୍ଦ କରାଯାଇଛି । ତେବେ ନଭେମ୍ବର ମାସ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ପର୍ଯ୍ୟଟକ ମାନଙ୍କୁ ଅନୁମତି ମିଳିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details