ବାରିପଦା: ମୟୂରଭଞ୍ଜରେ ବଜ୍ରକାପ୍ତା ଚୋରା ଚାଲାଣକାରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଜ୍ରକାପ୍ତା କୋଭିଡରେ ଆକ୍ରାନ୍ତ କି ନୁହେଁ ଜାଣିବା ପାଇଁ ବନ ବିଭାଗ ବଜ୍ରକାପ୍ତାର ସ୍ବାବ ପରୀକ୍ଷା ପାଇଁ ପଠାଇଥିଲା । ତେବେ ବଜ୍ରକାପ୍ତାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।
ସ୍ବାବ ରିପୋର୍ଟ ନେଗେଟିଭ ଆସିବା ପରେ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ବଜ୍ରକାପ୍ତାକୁ ଛାଡି ଦିଆଯାଇଛି । ରିପୋର୍ଟ ଆସିବା ପରେ ବନବିଭାଗ ଓ ପରିବେଶପ୍ରେମୀ ଆଶ୍ବସ୍ତି ଲାଭ କରିଛନ୍ତି । ସୂଚନା ଥାଉ କି ଗତ ମେ ୬ ତାରିଖ ଦିନ ବାଙ୍ଗରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗାଁରେ ଏକ ୮ କେଜିର ବଜ୍ରକାପ୍ତା ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ପୋଲିସର ଏକ ସ୍ବତନ୍ତ୍ର ଟିମ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଚାଲାଣକାରୀ ସିଙ୍କୁ ବାସ୍କେକୁ ଗିରଫ କରିଥିଲା ।