ଓଡିଶା

odisha

By

Published : Oct 21, 2021, 3:51 PM IST

Updated : Oct 21, 2021, 4:06 PM IST

ETV Bharat / state

ତେଜିଲା ମନ୍ତ୍ରୀଙ୍କ ବହିଷ୍କାର ଦାବି, ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିକ୍ଷୋଭ

ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୟୂରଭଞ୍ଜ ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

ତେଜିଲା ମନ୍ତ୍ରୀଙ୍କ ବହିଷ୍କାର ଦାବି, ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିକ୍ଷୋଭ
ତେଜିଲା ମନ୍ତ୍ରୀଙ୍କ ବହିଷ୍କାର ଦାବି, ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିକ୍ଷୋଭ

ବାରିପଦା:ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୟୂରଭଞ୍ଜ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି କଂଗ୍ରେସ । ଏହାସହ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କୁ ପଦରୁ ବରଖାସ୍ତ କରିବାକୁ ମଧ୍ୟ ଦାବି ହୋଇଛି ।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀଙ୍କ ହୋହାଲ୍ଲାରେ କମ୍ପୁଛି ସାରା ରାଜ୍ୟ । ଏହି ହତ୍ୟାକାଣ୍ଡକୁ ନେଇ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ କାର୍ଯ୍ୟାଳୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି । ମମିତାଙ୍କୁ ନ୍ୟାୟ ପ୍ରଦାନ ସହ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଜିଲ୍ଲା କଂଗ୍ରେସ ଓ ମହିଳା କଂଗ୍ରେସ ।

ତେଜିଲା ମନ୍ତ୍ରୀଙ୍କ ବହିଷ୍କାର ଦାବି, ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିକ୍ଷୋଭ

ରାଜ୍ୟ ସରକାର ଜାଣିଶୁଣି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା କଂଗ୍ରେସ ଅଭିଯୋଗ ଆଣିଛି । ମନ୍ତ୍ରୀଙ୍କୁ ବରଖାସ୍ତ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବା ନେଇ କଂଗ୍ରେସ ଚେତାବନୀ ଦେଇଛି । ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏହି ବିକ୍ଷୋଭ ଓ ଧାରଣାରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 21, 2021, 4:06 PM IST

ABOUT THE AUTHOR

...view details