ରାଇରଙ୍ଗପୁର:ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣି ଗ୍ରାମ ଛକ ନିକଟସ୍ଥ ରାଇରଙ୍ଗପୁର-ବାରିପଦା ରାଜ୍ୟ ରାଜପଥରେ ଏହି ସଡକ ଦୁର୍ଘଟଣା ହୋଇଛି । ଗତକାଲି(ଶନିବାର) ରାତିରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯.୪୫ ସମୟରେ ବ୍ୟକ୍ତି ଜଣକ ରାସ୍ତା ପାର ହେଉଥିଲେ । ସେହି ସମୟରେ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଜଣା ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିଲେ । ତେବେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନିକଟସ୍ଥ ବଡାମତଳିଆ ସ୍ଥିତ ଅଗ୍ନିଶମ ବିଭାଗ ଓ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏକ ଗାଡ଼ି ଯୋଗେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଥାଉକି, ସେହିପରି ଗତ କିଛି ଦିନ ପୂର୍ବେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ବାରିଆ ଗୁଡା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ବାଲେଶ୍ୱର ନାଏକ ନିଜ ବାଇକ ଯୋଗେ ଗତ ରବିବାର ସନ୍ଧ୍ୟା ସମୟରେ ଯାଉଥିବା ବେଳେ କୌଣସି ଏକେ ଅଜଣା ଗାଡ଼ି ସହିତ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳି ନଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହିତ ଘଟଣାର ତଦନ୍ତ ଚଳାଇଥିଲା । ସେପଟେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କ୍ଷତିପୂରଣ ଦାବିରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା । ବାଲେଶ୍ବର ଉତ୍କଳ ଆଲୁମିନା କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏକ ଠିକା କାମ ନେଇଥିଲେ । କାମ ସାରି ନିଜ ଗାଁ ତୁଜେରକୁ ଫେରୁଥିଲେ । ଅନୁମାନ କରାଯାଉଛି କି ଉତ୍କଳ ଆଲୁମିନା କାରଖାନାରକୁ ଆସୁଥିବା କୌଣସି ଗାଡ଼ି ପଛରୁ ଧକ୍କା ଦେବା ଫଳରେ ବାଲେଶ୍ଵର ନାୟକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।