ଓଡିଶା

odisha

By

Published : Oct 25, 2021, 6:21 AM IST

ETV Bharat / state

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ କର୍ମକର୍ତ୍ତା

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଭେଟିଲେ ଝାଡଖଣ୍ଡର ବିଚ୍ଛିନ୍ନାଞ୍ଚଳ ସଢ଼େଇକଳା ଓ ଖରସୁଆଁର ଓଡ଼ିଆ ସମାଜର ଏକ ପ୍ରତିନିଧି ମଣ୍ଡଳୀ । ଝାଡଖଣ୍ଡ ସରକାରଙ୍କ ଓଡିଆ ଭାଷା ପ୍ରତି ବୈମାତୃକ ମନୋଭାବ ନେଇ କଲେ ଅବଗତ । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ କର୍ମକର୍ତ୍ତା
ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ କର୍ମକର୍ତ୍ତା

ରାଇରଙ୍ଗପୁର: ଝାଡଖଣ୍ଡର ବିଚ୍ଛିନ୍ନାଞ୍ଚଳ ସଢ଼େଇକଳା ଓ ଖରସୁଆଁର ଓଡ଼ିଆ ସମାଜର ଏକ ପ୍ରତିନିଧି ମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଭେଟିବା ସହ ଓଡ଼ିଆ ଭାଷା ଓ ଶିକ୍ଷାର ଉନ୍ନତି ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀ ସମୀର ଦାସ ରାଇରଙ୍ଗପୁର ଗସ୍ତରେ ଆସିଥିବାବେଳେ ଝାଡ଼ଖଣ୍ଡ ରାଜ୍ୟର ଓଡ଼ିଆ ସମାଜ ତାଙ୍କୁ ଭେଟିବା ସହ ଭାଷା ସୁରକ୍ଷା ଦିଗରେ ଆଲୋଚନା କରିଛି ।

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ କର୍ମକର୍ତ୍ତା

ଝାଡଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ଲୋକେ ନିଜ ମାତୃଭାଷା ଓଡ଼ିଆରେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶିକ୍ଷା ପ୍ରତି ଝାଡଖଣ୍ଡ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଆଣି ସେଠାକାର ଓଡ଼ିଆ ଭାଷାଭାଷୀ ଲୋକେ ଓଡିଶା ସରକାରଙ୍କ ସହାୟତା ଲୋଡିଛନ୍ତି। ଓଡ଼ିଆ ବହୁଳ ଅଞ୍ଚଳରେ ଥିବା ସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଓ ଓଡ଼ିଆ ପୁସ୍ତକ ପ୍ରଦାନ ନେଇ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଝାଡଖଣ୍ଡରେ ଉପୁଜିଥିବା ଓଡ଼ିଆ ଶିକ୍ଷା ସମ୍ବନ୍ଧିତ ସମସ୍ୟାର ଦୂରୀକରଣ ପାଇଁ ଝାଡଖଣ୍ଡ ଉତ୍କଳ ସମ୍ମିଳନୀକୁ ଡକାଇ ତାଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ନେଇ ଚେଷ୍ଟା କରିବେ ବୋଲି ଓଡ଼ିଆ ସମାଜ ପ୍ରତିନିଧିମଣ୍ଡଳୀକୁ ମନ୍ତ୍ରୀ ସମୀର ଦାସ ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details