ରାଇରଙ୍ଗପୁର: କୋଟି କୋଟି ସରକାରୀ ଟଙ୍କା ବ୍ୟକ୍ତିଗତ ସଞ୍ଚୟ ଖାତାରେ ଯିବା ଘଟଣାରେ ଦୁଇ ନିଲମ୍ବିତ ଓ ଛଅ ଜଣଙ୍କ ନାଁରେ ମାମଲା । ଘଟଣାରେ ଠାକୁରମୁଣ୍ଡା ବ୍ଳକର ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ଅତିରିକ୍ତ ଦାୟିତ୍ବରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଫିସର ଛତିଶ ମାଟିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ସେହିପରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ତିନି ଦିନର ମାରାଥନ ଯାଞ୍ଚ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ୬ ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।