ଓଡିଶା

odisha

By

Published : Dec 2, 2021, 3:55 PM IST

ETV Bharat / state

Elephant Fear; ଠାକୁରମୁଣ୍ଡା ରେଞ୍ଜକୁ ପଶିଲେ ୨୬ ଟିକିଆ ହାତୀପଲ, ଲୋକେ ଆତଙ୍କିତ

ମୟୂରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀପଲ । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଧିକ ପଢନ୍ତୁ

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀପଲ , ଲୋକେ ଆତଙ୍କିତ
ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀପଲ , ଲୋକେ ଆତଙ୍କିତ

ରାଇରଙ୍ଗପୁର: ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀପଲ । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ୨୬ ଟିକିଆ ହାତୀପଲ ପଶିଥିବା ଜଣାଯାଇଛି। ଫସଲ ଅମଳ ସମୟରେ ଏତେ ସଂଖ୍ୟକ ହାତୀ ଆସିଥିବାରୁ ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପୋଡା ବ୍ଲକ ଦାମାହୁଦା ଦେଇ ହାତୀପଲ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତେଲ ନଦୀ ପାରି ହୋଇ ଅନ୍ଧାରୀଖମଣ, ଆମ୍ବବେଡା, ବଗବସା ଗାଁ ଅତିକ୍ରମ କରିଥିଲେ । ପରେ ହାତୀପଲ ପଡ଼ିଆବେଡା ପଞ୍ଚାୟତର ରଙ୍ଗାମାଟିଆ ଗାଁ ଜଙ୍ଗଲରେ ରହିଛନ୍ତି। ଏସମସ୍ତ ଗ୍ରାମ ଦେଇ ରାତିରେ ହାତୀପଲ ଆସିବା ସମୟରେ ଅନେକଙ୍କ ଧାନ କିଆରୀରୁ ପାଚିଲା ଧାନ ଖାଇବା ସହ ମାଡ଼ି ଦେଇ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀପଲ , ଲୋକେ ଆତଙ୍କିତ

ଏହି ସମୟରେ ଚାଷୀମାନେ ବାସନ କୁସନ ପିଟି ଶବ୍ଦ କରି ହାତୀପଲକୁ ଘୋଉଡାଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ହାତୀପଲ ଆସି ଫସଲ ଅମଳ ସମୟରେ ପହଞ୍ଚି ଥିବାରୁ ଫସଲ କ୍ଷତି ଉଜୁଡିବାର ସମ୍ଭାବନା ରହିଛି । ତେବେ ଦିନ ଦ୍ବିପହରେ କଳିସିରାର ଜିତେନ୍ଦ୍ର ମହାନ୍ତଙ୍କ ଧାନକାଟି ଗଦା ହୋଇଥିବା ଏକ ଟ୍ରାକ୍ଟରରୁ ଅଧିକ ଧାନ ଖାଇ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଧାନ ଫସଲ ନଷ୍ଟ କରୁଥିବା ଖବର ପାଇ ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ ନେତୃତ୍ୱରେ କର୍ମଚାରୀ ମାନେ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details