ବାରିପଦା: ଉଦଳା ମେଡିକାଲରେ ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ମାଡ ମାରିବା ଘଟଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ଓ କର୍ମଚାରୀ । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ଦାବି କରି ସେମାନେ ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି ଫଳରେ ରୋଗୀ ସେବା ଠପ୍ ହୋଇଯାଇଛି ।
ଶନିବାର ବିଳମ୍ବିତ ରାତିରେ ତିନି ଜଣ ନିଶାସକ୍ତ ବ୍ୟକ୍ତି ମେଡିକାଲରେ ପଶି ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ମାଡ ମାରିବା ସହ ମେଡିକାଲରେ ଭଙ୍ଗାରୁଜା କରିଥିଲେ । ଏ ଘଟଣାରେ ପୋଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏପଟେ ନିଶାସକ୍ତ ବ୍ୟକ୍ତିଙ୍କ ଏଭଳି କାଣ୍ଡ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ କେତେ ସୁରକ୍ଷିତ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।