ଓଡିଶା

odisha

By

Published : Mar 12, 2020, 10:08 PM IST

ETV Bharat / state

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଧାରଣା

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଦଶରପଦା ଗାଁ ନିକଟରେ ଡିଏମୟୁ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଅଁଳାଗୁଞ୍ଜ ଗାଁର ସୁଦାମ ଚନ୍ଦ୍ର ସେଠୀ । ଅଧିକ ପଢନ୍ତୁ...

death of a young man in a train crash
ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଧାରଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦଶରାପଦା ଗ୍ରାମ ନିକଟରେ (ରୂପସା - ବାଙ୍ଗିରିପୋଷି) ଡିଏମୟୁ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅଧିନସ୍ଥ ଅଂଳାଗୁଞ୍ଜା ଗ୍ରାମର ପରମେଶ୍ଵର ସେଠୀଙ୍କ ପୁଅ ସୁଦାମ ଚନ୍ଦ୍ର ସେଠୀ ।

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଧାରଣା

ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଗୁରୁବାର ଦିନ ବେଳେ ସୁଦାମ ଘରେ ଉତ୍ୟକ୍ତ ହୋଇ ପରିବାର ଲୋକଙ୍କୁ ମାରପିଟ କରୁଥିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଥାନାରେ ଅଭିଯୋଗ ପରେ ବି ପୁଲିସ କିଛି କାର୍ଯ୍ୟନୁଷ୍ଠାନ ନେଇ ନଥିଲା । ଟ୍ରେନ ଲାଇନରୁ ସୁଦାମଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ପରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଉତ୍ୟକ୍ତ ଗ୍ରାମବାସୀ ମୃତଦେହକୁ ଥାନା ସମ୍ମୁଖରେ ରଖି ଧାରଣା ଦେଇଛନ୍ତି । ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବାଙ୍ଗରିପୋଷି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details