ଓଡିଶା

odisha

ମୟୂରଭଞ୍ଜ: ସଧବା ପାଉଛି ବିଧବା ଭତ୍ତା, ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା

By

Published : Sep 19, 2019, 10:09 AM IST

Updated : Sep 19, 2019, 10:45 AM IST

ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବିଧବା ଭତ୍ତା ନେଉଛନ୍ତି ସଧବା ନାରୀ । ଏଭଳି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଞ୍ଚାୟତରେ । ପଞ୍ଚାୟତର 12 ଜଣ ସଧବା, ବିଧବା ଭତ୍ତା ପାଉଥିବା ଜଣାପଡିବା ପରେ ଜିଲ୍ଲାପାଳ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

ଡିଜାଇନ ଫଟୋ

ବାରିପଦା: ସଧବା ପାଉଛି ବିଧବା ଭତ୍ତା । ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବିଧବା ଭତ୍ତା ନେଉଛି ସଧବା ନାରୀ । ଏଭଳି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଞ୍ଚାୟତରେ । ପଞ୍ଚାୟତର 12 ଜଣ ସଧବା, ବିଧବା ଭତ୍ତା ପାଉଥିବା ଜଣାପଡିବା ପରେ ଜିଲ୍ଲାପାଳ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ସଧବା ନାରୀ, ବିଧବା ଭତ୍ତା ଓ ବୟସ ନ ହୋଇ ମଧ୍ୟ ଲୋକେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାବେଳେ ଅସଲ ହିତାଧିକାରୀ କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

କେବଳ ସାରୁମୂଳା ପଞ୍ଚାୟତ ନୁହେଁ ବ୍ଲକର 16 ପଞ୍ଚାୟତରେ ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାର ଉପଯୁକ୍ତ ତଦନ୍ତ ପାଇଁ ବ୍ଲକ ସାମ୍ନାରେ ଧାରଣାରେ ବସିଛନ୍ତି ବ୍ଲକର ଅନେକ ସରପଞ୍ଚ ଓ ସମିତିସଭ୍ୟ । ସେପଟେ ରାସଗୋବିନ୍ଦପୁର ବିଡିଓ ଏପରି ଭୁଲକୁ ସ୍ବୀକାର କରିଥିବାବେଳେ ଆଗକୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଭତ୍ତା ଦିଆଯିବ ବୋଲି ବୋଲି କହିଛନ୍ତି ।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏପରି ଅନିୟମିତତା ସ୍ଥାନୀୟ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଉଛି । ତେବେ ଯାହାହେଉ ତଦନ୍ତ ହୋଇ ଉପଯୁକ୍ତ ହିତାଧିକାରୀ ଭତ୍ତା ପାଇବେ ବୋଲି ଆଶା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 19, 2019, 10:45 AM IST

ABOUT THE AUTHOR

...view details