ଓଡିଶା

odisha

ଭୁଶୁଡୁଛି ମାଓଗଡ଼, ମାଓବାଦୀଙ୍କ ଶହୀଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

By

Published : Aug 15, 2022, 8:05 AM IST

ମାଲକାନଗିରି ଜିଲ୍ଲାର ମାଓଗଡ଼ କୁହାଯାଉଥିବା ପୂର୍ବର ବିଚ୍ଛିନ୍ନାଞ୍ଚଳ ବା ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳରେ ଗାଁ ଗାଁ ଓ ଘରେ ଘରେ ତ୍ରିରଙ୍ଗା ପତାକା ଉଡୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ମାଓବାଦୀଙ୍କ ଶହୀଦ ସ୍ତମ୍ବରେ ଉଡିଲା ତ୍ରିରଙ୍ଗା ପତାକା
ମାଓବାଦୀଙ୍କ ଶହୀଦ ସ୍ତମ୍ବରେ ଉଡିଲା ତ୍ରିରଙ୍ଗା ପତାକା

ମାଲକାନଗିରି: ଶହୀଦ ସପ୍ତାହରେ ସ୍ବାଭିମାନ ଅଞ୍ଚଳରେ ଗାଁ ଗାଁ ଓ ଘରେଘରେ ଉଡ଼ିଲା ତ୍ରିରଙ୍ଗା ପତାକା(flag hosted in swabhiman area) । ସ୍ବାଭିମାନ ଅଞ୍ଚଳର ଧୁଳିପୁଟ୍, ଖଜୁରିଗୁଡା, ଦାରଲାବେଡା, ବିହନଗୁଡି ଆଦି ଗାଁରେ ଶହୀଦ ସପ୍ତାହ ବେଳେ ମାଓବାଦୀ ସକ୍ରିୟ ରହିଥାଆନ୍ତି । କିନ୍ତୁ ଚଳିତ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ବନ୍ଦେ ମାତରମ୍‌ ଓ ଭାରତ ମାତା କି ଜୟ ନାରା ଦେଇ ଶହୀଦ ସ୍ତମ୍ଭରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି ।

ମାଓବାଦୀଙ୍କ ଶହୀଦ ସ୍ତମ୍ବରେ ଉଡିଲା ତ୍ରିରଙ୍ଗା ପତାକା

ଏହି ଅଞ୍ଚଳବାସୀ ଦିର୍ଘ ବର୍ଷ ଧରି ସ୍ବାଧୀନତା ଦିବସ ପାଳି ପାରୁନଥିଲା । ହେଲେ ଗତ ୫ବର୍ଷ ମଧ୍ୟରେ ବଦଳିଛି ଏହି ଅଞ୍ଚଳର ଚିତ୍ର । ଅଞ୍ଚଳବାସୀଙ୍କ ସୁବିଧା ସୁଯୋଗ ଓ ଯାତାୟତ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେବାପରେ ସ୍ବାଭିମାନ ଅଞ୍ଚଳରେ ୪ଟି BSF କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା । ଯାହାଫଳରେ ଲୋକଙ୍କ ପାଖରେ ସରକାରୀ ସୁବିଧାରେ ପହଞ୍ଚି ପାରୁଛି ।

ମାଓବାଦୀଙ୍କ ଶହୀଦ ସ୍ତମ୍ବରେ ଉଡିଲା ତ୍ରିରଙ୍ଗା ପତାକା

ଏହାଦ୍ବାରା ଏବେ ଏହି ଅଞ୍ଚଳବାସୀ ଏକ ପ୍ରକାର ମାଓମୁକ୍ତ ହୋଇ ମନରୁ ମାଓବାଦୀଙ୍କ ଭୟକୁ ଛାଡ଼ିଛନ୍ତି । ଶହୀଦ ସପ୍ତାହ ଚାଲିଥିବା ବେଳେ ମାଓବାଦୀଙ୍କ ଶହୀଦ ସ୍ତମ୍ବରେ ଜାତୀୟ ପତାକା ଉଡ଼ାଇଛନ୍ତି । ଏହାକୁ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି ।

ABOUT THE AUTHOR

...view details