ଓଡିଶା

odisha

By

Published : Nov 30, 2020, 4:44 PM IST

ETV Bharat / state

ମାଲକାନଗିରିରେ ଆରମ୍ଭ ହେଲା ଧାନମଣ୍ଡି, ନଜର ରଖିବ ସିସିଟିଭି

ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 65ଟି ଧାନ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯାଇଛି । ଦୁର୍ନୀତି ରୋକିବାକୁ ଜିଲ୍ଲା ମଣ୍ଡିରେ ସିସିଟିଭି ବ୍ୟବସ୍ଥା କରିଛି । ଏନେଇ ଜିଲ୍ଲାପାଳ ୱାଇ ବିଜୟ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

paddy mandi started in malkangiri
ମାଲକାନଗିରିରେ ଆରମ୍ଭ ହେଲା ଧାନମଣ୍ଡି ,ନଜର ରଖିବ ସିସିଟିଭି

ମାଲକାନଗିରି: ଜିଲ୍ଲାରେ ଉଦଘାଟନ ହୋଇଛି ଧାନ ମଣ୍ଡି । ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ ବିଜୟ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରେ ପିପିସି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବା ଲାଗି ସ୍ଥିର ହୋଇଛି ।

ମାଲକାନଗିରିରେ ଆରମ୍ଭ ହେଲା ଧାନମଣ୍ଡି ,ନଜର ରଖିବ ସିସିଟିଭି

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ ଟି ଧାନ ମଣ୍ଡି ଖୋଲାଯାଇଥିବା ବେଳେ ଗୋଟିଏ ସବ ମଣ୍ଡି ମଧ୍ୟ କରା ଯାଇଛି ଏହା ସହ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ୭ ଲକ୍ଷ ୫୫ ହଜାର କ୍ୟୁଇଣ୍ଟାଲ ଧାନ କିଣା ଯିବାକୁ ସ୍ଥିର କରା ଯାଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ଏହାକୁ ବୃଦ୍ଧି ମଧ୍ୟ କରାଯିବ । ଚାଷୀଙ୍କ ଲାଗି FAQ ମାନର ଧାନର ମୂଲ୍ୟ ୧୮୬୮ ଟଙ୍କା ରଖା ଯାଇଥିବା ବେଳେ ଗ୍ରେଡ ଏ-ଧାନର ମୁଲ୍ୟ ୧୮୮୮ ଟଙ୍କା ରଖାଯାଇଛି । ଚାଷୀ ମାନେ ଯେପରି ଦଲାଲଙ୍କ ଠକାମିର ଶିକାର ନହେବେ ସେଥିପାଇଁ ଅନ ଲାଇନରେ ଟିକଟ ପ୍ରଦାନ କରାଯିବା ସହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପେମେଣ୍ଟ କରାଯିବ। ବ୍ୟବସ୍ଥା କରାଯାଇଛି ।

ପ୍ରଥମ କରି ଚଳିତ ବର୍ଷ ମାଣ୍ଡରେ ଧାନ କିଣା ଯିବା ସମୟରେ ଦୁର୍ନୀତିକୁ ରୋକା ଯିବା ପାଇଁ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ପଡୋଶୀ ରାଜ୍ୟର ଦଲାଲଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ବୋର୍ଡର ପଏଣ୍ଟକୁ ତୀକ୍ଷଣ ନଜର ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ABOUT THE AUTHOR

...view details