ଓଡିଶା

odisha

ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ପ୍ରଜାକୋର୍ଟ, ଇନର୍ଫମର ସନ୍ଦେହରେ ପରିବାରକୁ ତଡିଦେଲେ

By

Published : Dec 22, 2020, 7:23 AM IST

ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ଦାଦାଗିରି । ପୋଲିସ ଉପରେ ରାଗ ସୁଝାଇବାକୁ ଯାଇ ନିରୀହ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ନକ୍ସଲ ଗୋଷ୍ଠୀ । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ଦାଦାଗିରି
ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ଦାଦାଗିରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ପତିଆରା । ନୀରିହ ଲୋକଙ୍କ ଉପରେ ବଢୁଛି ନକ୍ସଲଙ୍କ ଅତ୍ୟାଚାର । ବିନା ଦୋଷରେ ଗୋଟିଏ ପରିବାରକୁ ନିର୍ଯାତନା ଦେଇ ଗାଁରୁ ବିତାଡିତ କରିଛନ୍ତି ନକ୍ସଲ ଦଳ ।

ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ଦାଦାଗିରି

ସୂଚନାଅନୁସାରେ,ନଭେମ୍ବର 26ତାରିଖ ଓ ଡିସେମ୍ବର 13 ତାରିଖରେ ସିଙ୍ଗରାମ ଗ୍ରାମରେ ପୋଲିସ ଏନକାଉଣ୍ଟର କରିଥିଲା । ଏହି ଏନକାଉଣ୍ଟରରେ ମନୁ ଗଲୋରୀର ହାତ ଥିବା ସନ୍ଦେହ କରି ତାଙ୍କୁ ନିର୍ଯାତନା ଦେବା ସହ ଗାଁରୁ ତୁରନ୍ତ ଚାଲିଯିବାକୁ ଧମକ ଦେଇଥିଲେ ନକ୍ସଲ । ଦୁଇଦିନ ତଳେ ସନ୍ୟାସୀଗୁଡା ଗ୍ରାମରେ ନକ୍ସଲମାନେ ପହଞ୍ଚି ପ୍ରଜାକୋର୍ଟ କରିଥିଲେ। ଏହି ଗ୍ରାମର ମନୁ ଗୋଲରିକୁ ପ୍ରଜା କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ପ୍ରଜାକୋର୍ଟରେ ମନୁକୁ ପୁଲିସ ସମ୍ବାଦଦାତା ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହା ପରେ ମନୁ ଓ ତାଙ୍କ ପରିବାର ଗାଁ ଛାଡି ତାଙ୍କର ଜଣେ ସମ୍ପକୀୟଙ୍କ ପାଖରେ ଆଶ୍ରୟ ନେଇଥିଲେ ।

ପରେ ସୋମବାର ଚିତ୍ରକୋଣ୍ଡୋରେ ପହଞ୍ଚି ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ଚିତ୍ରକୋଣ୍ଡା ପୁଲିସ ମନୁ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଚିତ୍ରକୋଣ୍ଡାରେ ଆଶ୍ରୟ ଦେଇଛି । ପୋଲିସର ଘନ ଘନ ଚଢ଼ାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ସ୍ବାଭିମାନ ଅଞ୍ଚଳରେ ନକ୍ସଲକୁ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଛି । ନିଜର ପତିଆରା ଧୀରେ ଧୀରେ କମୁଥିବାରୁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ନକ୍ସଲ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details