ମାଲକାନଗିରି:କୋଟିକୋଟି ଓଡ଼ିଆଙ୍କ ଭାବାବେଗ ଉପରେ କୁଠାରଘାତ । ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜା କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଏଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ମଙ୍ଗଳବାର ଜିଲ୍ଲା ପୁରୁଣା ମେଡିକାଲ୍ ପରିସରରେ ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପରେ ଯୋଗ ଦେବାକୁ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ ।