ଓଡିଶା

odisha

By

Published : Nov 4, 2019, 2:58 PM IST

ETV Bharat / state

ମାଲକାନଗିରି ଠିକାଦାର ସଂଘର ଆନ୍ଦୋଳନ ଧମକ

10 ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା ଠିକାଦାର ସଂଘର ଜରୁରୀକାଳିନ ବୈଠକ । ଦାବି ପୂରଣ ନହେଲେ ଆନ୍ଦୋଳନର ଧମକ ।

ଡିଜାଇନ ଫଟୋ

ମାଲକାନଗିରି: 10 ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା ଠିକାଦାର ସଂଘର ଜରୁରୀକାଳିନ ବୈଠକ । 10 ଦଫା ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ । ନିଖିଳ ଓଡିଶା ଠିକାଦାର ମହାସଂଘର ନିଷ୍ପତ୍ତି କ୍ରମେ ମାଲକାନଗିରି ଜିଲ୍ଲା ଠିକାଦାର ସଂଘ ନିଷ୍ପତ୍ତି ନେଇଥିବା ସୂଚନା ।

ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଠିକାଦାରମାନେ ନିଜ ଜୀବନକୁ ବାଜି ଲଗାଇ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବାବେଳେ ଅନେକ ଠିକାଦାର ମାଓବାଦୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେଣୁ ସଂଘ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜିଲ୍ଲାର ବାଲି, ଚିପ୍ସ ସହ ମେଟାଲ ଭଳି ଦ୍ରବ୍ୟ ଉପରେ ସରକାର ଜିଏସଟି ଶୁଳ୍କ ଲାଗୁ କରିବା, ଶ୍ରମିକ ମଜୁରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଠିକାଦାରଙ୍କ କାର୍ଯ୍ୟ ସମାପ୍ତ ହେବା ପରେ ତୁରନ୍ତ ବିଲ୍ ନମିଳିବା, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରୀଟି ପ୍ରଦାନ ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ପ୍ରଦାନ ସହ ରୟାଲିଟି ରସିଦ ଦାଖଲ ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବି କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 10ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ମାଲକାନଗିରି ଠିକାଦାର ସଙ୍ଘର ଆନ୍ଦୋଳନ ଧମକ

ଆଗାମୀ ଦିନରେ ଏହି ସବୁ ଦାବି ପୂରଣ ନହେଲେ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ କରିବା ସହ ଜିଲ୍ଲା ବ୍ୟାପୀ ଠିକାଦାର ସଂଘ ଆନ୍ଦଳନ କରିବ ବୋଲି ମାଲକାନଗିରି ଠିକାଦାର ସଂଘ ଧମକ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details