ଓଡିଶା

odisha

By

Published : Nov 2, 2019, 11:59 AM IST

ETV Bharat / state

କୋରାପୁଟରେ ପହଞ୍ଚିଲେ ପୋଲିସ ଡିଜି ବି.କେ ଶର୍ମା

ଆଜି ପୂର୍ବାହ୍ନ ସମୟରେ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ବି.କେ.ଶର୍ମା । କୋରାପୁଟରେ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି ପୂର୍ବାହ୍ନ ସମୟରେ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ବି.କେ.ଶର୍ମା । କୋରାପୁଟର ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ପୋଲିସ ଡିଜି ବି.କେ.ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତ କରି ଅପରାହ୍ନ ସମୟରେ କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । କୋରାପୁଟରେ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସମେତ କୋବ୍ରା, ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details